Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ହେଉଛି ବିଶ୍ବ ପୁସ୍ତକ ଦିବସ, ଏହି ଉପଲକ୍ଷେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଣ କହିଲେ ଜାଣନ୍ତି ???
ଜାତୀୟ ଖବର

ଆଜି ହେଉଛି ବିଶ୍ବ ପୁସ୍ତକ ଦିବସ, ଏହି ଉପଲକ୍ଷେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଣ କହିଲେ ଜାଣନ୍ତି ???

April 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
pruthiraj
ଆଜି ହେଉଛି ବିଶ୍ବ ପୁସ୍ତକ ଦିବସ, ଏହି ଉପଲକ୍ଷେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଣ କହିଲେ ଜାଣନ୍ତି ???

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ପୁସ୍ତକ ଦିବସ। ଏହି ଦିବସ ଉପଲକ୍ଷେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପୁସ୍ତକ ପ୍ରତି ନିଜ ଆଗ୍ରହକୁ ପରିପ୍ରକାଶ କରିଛନ୍ତି। ସେ ବିଭିନ୍ନ ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଯାହା କହିଛନ୍ତି ତାହା ହେଲା…

ପିଲା ବେଳରୁ ବିଭିନ୍ନ ବହି ପଢ଼ିବାର ଆଗ୍ରହ କେମିତି ମୋ ଭିତରେ ଉନ୍ମେଷ ହୋଇଥିଲା ମୋର ମନେନାହିଁ। କିନ୍ତୁ ବହିଟି ପାଇଲେ ଆମୂଳଚୂଳ ପଢ଼ିବାର କ୍ଷୁଧା ଛୋଟ ବେଳରୁ ଆଜିଯାଏଁ ବଳବତ୍ତର ରହିଛି।

ଲୋକମାନ୍ୟ ତିଲକଙ୍କ ସେହି ବାଣୀ ମନେ ପଡେ-: “ଆର୍ଥିକ ଅଭାବ ଥିଲେ ଚିରା(ସଫା) ପୋଷାକ ପିନ୍ଧ କିନ୍ତୁ ବହି କିଣିବା ଓ ପଢ଼ିବା ଛାଡ ନାହିଁ।” ସତରେ କେଡ଼େ ଚମତ୍କାର ଓ ପ୍ରେରଣାଦାୟୀ ଉପଦେଶଟିଏ।

ବାସ୍ତବରେ ବହି ପଢ଼ିବା ବିଶେଷକରି ଭଲ ବହି ସଂଗ୍ରହ କରି ପଢ଼ିବାର ଇଚ୍ଛା ଓ ନିଶା ବ୍ୟକ୍ତିକୁ ଜୀବନରେ ଜଣେ ସଫଳ ମଣିଷ ଭାବରେ ପ୍ରତିଷ୍ଠିତ କରାଇଥାଏ।

ଆମ୍ଭେ ସମସ୍ତେ ମନେ ରଖିବା ଉଚିତ “ଯେଉଁ ଦେଶର ଲୋକ ଯେତେ ଅଧ୍ୟୟନପ୍ରିୟ ସେ ଦେଶ ସେତେ ବିକଶିତ।” କାରଣ ପଠନ ଏକ ‘ସଂସ୍କାର ‘ ଓ ‘ସଂସ୍କୃତି ‘। କର୍ତ୍ତବ୍ୟ ଏହା ପ୍ରବୀଣ ଓ ପ୍ରାଜ୍ଞ ହେବାର ଏକ ବଳିଷ୍ଠ ମାଧ୍ୟମ। ସ୍ବାଧ୍ୟାୟ ମଣିଷକୁ ସ୍ବାବଲମ୍ବୀ ସହ ସ୍ବାଭିମାନୀ କରେଇ ଥାଏ। ତେଣୁ ଆଜୀବନ ପୁସ୍ତକ ପଠନକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବା ଏକ ଭଲ ଅଭ୍ୟାସ ହେବା ଉଚିତ।

ତେଣୁ ଶଙ୍କରାଚାର‌୍ୟ୍ୟ ଶ୍ରୀ ଭାରତୀ କୃଷ୍ଣତୀର୍ଥ ଯଥାର୍ଥରେ କହିଥିଲେ – Goddess of Learning is still Learning. ବିଶ୍ଵ ପୁସ୍ତକ ଦିବସ ଅବସରରେ ସମସ୍ତ ପୁସ୍ତକ ପ୍ରେମୀ, ପୁସ୍ତକ ରଚୟିତା ତଥା ପାଠକ ଓ ପାଠିକା ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

pruthiraj harichandan ପୃଥୀରାଜ ହରିଚନ୍ଦନ ବିଶ୍ବ ପୁସ୍ତକ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Latest News

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.