Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଙ୍ଗ ୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଂଘ
ଜାତୀୟ ଖବର

ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଙ୍ଗ ୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଂଘ

April 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୈନିକ ସ୍କୁଲ
ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଙ୍ଗ ୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଆଜି ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମପିଙ୍ଗ ୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳ ହରିବାବୁ କାମଭତିପତିଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ସ୍ମାରକପତ୍ର ପ୍ରଦାନ କରି ଏହାକୁ ତୁରନ୍ତ ନିଷ୍ପତି ନେବାକୁ ଦାବୀ କରିଛି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ।

ଆଜି ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟଙ୍କ ସହିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷାକାରି ତ୍ରିପାଠୀ, ବରିଷ୍ଠ ସଦସ୍ୟ ଶୀଧେଶ୍ୱର ନାୟକ, ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର ରାଜ୍ୟପାଳ ଶ୍ରୀ କେ ହରିବାବୁଙ୍କୁ ଭେଟି ଆଲୋଚନା କରିଥିଲେ।

ରାଜ୍ୟପାଳ ତୁରନ୍ତ ବିଏମସି ଅଧିକାରୀମାନଙ୍କୁ ଡାକି ଏହାକୁ ତୁରନ୍ତ ହାତେଇବାକୁ ଇଛା ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଓଡିଶା ଅଭିଭାବକ ମହାସଂଘ, ସୈନିକସ୍କୁଲ ପୁରାତନ ଛାତ୍ର ସଙ୍ଘ, ଲକ୍ଷ୍ମୀ ବିହାର ଉନ୍ନୟନ କମିଟି, ଗlଡ଼କଣ ଗ୍ରାମବାସୀ କମିଟି, ସିଟିଜେନ ଫୋରମ, ଭି ଏସ ଏସ ନଗର ଉନ୍ନୟନ କମିଟି ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ “ଅଲିଅଗଦା ହଟାଇବା ଓ ସୈନିକ ସ୍କୁଲ ବଞ୍ଚାଅ” ନାମରେ ସଂଗଠନ କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବକୁ ଜୋରଦାର ବିରୋଧ ଜାରି ରଖିଛି।

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଓ ଗ୍ରାମବାସୀ ଏହି ଅସ୍ଥାୟୀ ଡାମପିଙ୍ଗ ୟାର୍ଡ଼କୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ସହ ବିରୋଧ ପ୍ରଦର୍ଶନ ପାଇଁ ଅଂଚଳ ବାସୀଙ୍କ ସମ୍ପୃକ୍ତି ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳ ରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀ୍ରିକୂଟ ବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସାମିଲ କରି ଦାବୀ ହାସଲ ଯାଏଁ ଜୋରଦାର ପ୍ରୟାସ କରିବାକୁ ନିଷ୍ପତି ମଧ୍ୟ ହୋଇଛି।

ସେଥିପାଇଁ ସବୁ ଗଳି କନ୍ଦିରେ ବ୍ୟାନର, ସଚେତନତା ପ୍ରଚାରପତ୍ର ବଣ୍ଟନ ସହ ପ୍ରଚାର ଗାଡ଼ି ରେ ଜନସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଉଛି। ଆଜି ରାଜ୍ୟପାଳଙ୍କୁ ଭେଟି ଆଲୋଚନା ହୋଇଛି। ଯଦି କିଛି ସୁଫଳ ନମିଳେ ଆସନ୍ତା ଦିନରେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଆଇନଗତ, ବ୍ୟବସ୍ଥାଗତ, ଲଢେଇ ସହ ଆନ୍ଦୋଳନ ଜୋରଦାର ହେବ।

ସୈନିକ ସ୍କୁଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026
Latest News

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.