ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ବସ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନରୁ ଚାଲିବ ଏହି ଭଲବୋ ସେବା

Published: Jun 2, 2025, 1:17 pm IST
JagannathExpress

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା। ଓଡିଶା ରାଜ୍ୟ ପରିବହନ ବିଭାଗ ଦ୍ବାରା ଏହି ବସ ସେବା ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ। ଏହି ବସରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଏବଂ ଆରାମଦାୟକ ଯାତ୍ରା କରିପାରିବେ। ଗେରୁଆ ରଂଗର ଏହି ବସ ସେବାକୁ ମଙ୍ଗଳବାରଠାରୁ ଆରମ୍ଭ କରାଯିବ ବୋଲି ଓଏସଆରଟିସି ତରଫରୁ କୁହାଯାଇଛି।

ତେବେ ଏହି ବସ ସେବା ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଚଳାଚଳ କରିବ। ସେଥିପାଇଁ ଓଏସଆରଟିସି ତରଫରୁ ସବୁ ବ୍ୟବସ୍ଥା କରାଯାଇଛି।  ମୁଖ୍ୟତଃ ପୁରୀରୁ ଦେଶର ପ୍ରମୁଖ ଧାର୍ମିକପିଠଗୁଡିକୁ ଏହି ବସ ସଂଯୋଗ କରିବ। ବର୍ତ୍ତମାନ ଯେଉଁ ବାହାର ରାଜ୍ୟର ସ୍ଥାନଗୁଡିକ ପାଇଁ ସେବା ଆରମ୍ଭ ହେବ ସେଗୁଡିକ ହେଲା

ପୁରୀ – ଅଯୋଧ୍ୟା
ପୁରୀ – ଉଜ୍ଜୟନ
ପୁରୀ – ତିରୁପତି ପୁରୀ
ପୁରୀ- ହାଇଦ୍ରାବାଦ
ପୁରୀ- ଭିଲାଇ
ଭୁବନେଶ୍ୱର – ବିଶାଖାପାଟନମ୍
ରାୟଗଡ ହାଇଦ୍ରାବାଦ
ଭବାନୀପାଟଣା – ହାଇଦ୍ରାବାଦ ରହିଛି।

ସେହିପରି ରାଜ୍ୟ ଭିତରୁ ସମସ୍ତ ପ୍ରମୁଖ ସହରରୁ ପୁରୀକୁ ବସ ଗଡିବ ବୋଲି ନିଷ୍ପତି କରାଯାଇଛି।

Related posts