Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାଦୀୟ ଭିଡିଓ ମାମଲାରେ ଶର୍ମିଷ୍ଠା ପାନୋଲିଙ୍କୁ ବଡ଼ ଆଶ୍ୱସ୍ତି, କଲିକତା ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ
ଆଜିର ଖବର

ବିବାଦୀୟ ଭିଡିଓ ମାମଲାରେ ଶର୍ମିଷ୍ଠା ପାନୋଲିଙ୍କୁ ବଡ଼ ଆଶ୍ୱସ୍ତି, କଲିକତା ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ

June 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସମୟରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯାଇଥିଲା। ଏବେ ଶର୍ମିଷ୍ଠାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି କଲିକତା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶର୍ମିଷ୍ଠାଙ୍କ ଉପରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଥିଲା। ତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା।

କୋଲକାତାର ଗାର୍ଡେନରୀଚ୍ ଥାନା ପୋଲିସ ଶର୍ମିଷ୍ଠାକୁ ଗୁରୁଗ୍ରାମରୁ ଗିରଫ କରି କୋଲକାତାର ସିଟି କୋର୍ଟରେ ହାଜର କରିଥିଲା। ମାମଲାର ବିସ୍ତୃତ ଶୁଣାଣି ପରେ କୋର୍ଟ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ହାଇକୋର୍ଟ ୧୦,୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ରାଜା ବସୁ ଚୌଧୁରୀ ଶର୍ମିଷ୍ଠାଙ୍କ ମାମଲାର ଶୁଣାଣି କରୁଥିଲେ।

ସମ୍ପୂର୍ଣ୍ଣ ମାମଲା କ’ଣ ଥିଲା:

ପ୍ରକୃତରେ ଶର୍ମିଷ୍ଠା ପାନୋଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ‘ଅପରେସନ୍ ସିନ୍ଦୂର’ ଉପରେ ବଲିଉଡର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମୟରେ ସେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିଷୟରେ ଆପତ୍ତିଜନକ ବକ୍ତବ୍ୟ ଦେଇଥିଲେ ଏବଂ ଅପମାନଜନକ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଏହା ପରେ ମେ ୧୫ ତାରିଖରେ ଗାର୍ଡେନରିଚ୍ ପୋଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଥିଲା। କଡ଼ା ସମାଲୋଚନା ପରେ ଶର୍ମିଷ୍ଠା ଭିଡିଓଟିକୁ ହଟାଇ ଦେଇଥିଲେ, କିନ୍ତୁ ସେତେବେଳକୁ ମାମଲା ବହୁତ ବଢ଼ିଯାଇଥିଲା। ସେ ଗିରଫଦାରୀରୁ ରକ୍ଷା ପାଇପାରି ନଥିଲେ।

କୋର୍ଟ ଶର୍ମିଷ୍ଠାକୁ ଜାମିନ ଦେବା ସହିତ ଏକ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। କୋର୍ଟର ଅନୁମତି ବିନା ଶର୍ମିଷ୍ଠା ଦେଶ ଛାଡିପାରିବେ ନାହିଁ।

ଶର୍ମିଷ୍ଠା ପାନୋଲିଙ୍କ ବିରୁଦ୍ଧରେ ୱଜାହତ୍ ଖାନ ମାମଲା ରୁଜୁ କରିଥିଲେ। ୱଜାହତ୍ ଖାନ ଅଭିଯୋଗରେ କହିଥିଲେ ଯେ, ଶର୍ମିଷ୍ଠା ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଏହା ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିପାରେ। ଏହି ଘଟଣା ପରେ ୱଜାହତ୍ ଖାନଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେ ବର୍ତ୍ତମାନ ଫେରାର୍ ଅଛନ୍ତି। ୱଜାହତ ନିର୍ଦ୍ଧିଷ୍ଟ ଧର୍ମ ବିରୁଦ୍ଧରେ ଅନେକ ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ପରିବାର ସହିତ ନିଖୋଜ ଅଛନ୍ତି।

Breaking News West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025
Latest News

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

October 20, 2025

ପାଞ୍ଚ ଦିନ ମଧ୍ୟରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ?: ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ବଢିଲା ରାଜନୈତିକ ଚର୍ଚ୍ଚା

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.