ବଦଳିଲେ ଭଦ୍ରକ ଜିଲ୍ଲା ଏସପି, ଜାଣନ୍ତୁ ସେ କେଉଁଠାକୁ ଗଲେ ଏବଂ ନୂଆ କିଏ ହେଲେ

Published: Jun 5, 2025, 10:49 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବିଳମ୍ବିତ ସମୟରେ ଦୁଇଟି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ଭଦ୍ରକ ଏସପି ମାଦକର ସନ୍ଦୀପ ସମ୍ପଦଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି କେନ୍ଦୁଝରର ଅତିରିକ୍ତ ଏସପି ମନୋଜ କୁମାର ରାଉତଙ୍କୁ ଭଦ୍ରକ ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି।

Related posts