ଆରସିବି ଉପରେ ଲାଗିବ ପ୍ରତିବନ୍ଧକ, କିପରି ଏବଂ କାହିଁକି ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ?

Published: Jun 9, 2025, 7:14 am IST

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଟାଇଟଲ ଜିତିବା ପରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିଜୟ ପରେଡ୍ ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ଆରସିବି ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହୋଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନର ଦୁଇ ଅଧିକାରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ମାମଲାରେ ଜଣେ ଗିରଫ ମଧ୍ୟ ହୋଇଛନ୍ତି। ଏହି ସବୁ ମଧ୍ୟରେ ଆରସିବି ଦଳ ଫସି ରହିଛି। ଏହି ମାମଲା ପରେ ବିସିସିଆଇ ଆଇପିଏଲ ୨୦୨୬ ର ଅଂଶ ହେବା ନେଇ ଏକ ବଡ଼ ନିଷ୍ପତ୍ତି ନେଇପାରେ।

ବିସିସିଆଇ କ’ଣ ପ୍ରତିବନ୍ଧକ ଲଗାଇବା ଭଳି ବଡ଼ ନିଷ୍ପତ୍ତି ନେବ?:

ଆରସିବିର ବିଜୟ ପରେଡରେ ଏତେ ବଡ଼ ଭୁଲ ପାଇଁ କିଏ ଦାୟୀ ତାହା ଜାଣିବା ପାଇଁ ତଦନ୍ତ କରାଯାଉଛି। ଏପରି ପରିସ୍ଥିତିରେ ବିସିସିଆଇ ସମ୍ମୁଖରେ ବଡ଼ ପ୍ରଶ୍ନ ହେଉଛି ଯେ ଯଦି ଏହି ଭୁଲରେ ଆରସିବି ଦଳର ନାମ ଆସେ, ତେବେ ପରବର୍ତ୍ତୀ ନିଷ୍ପତ୍ତି ନେବ। ପ୍ରକାଶ ଯେ, IPLରେ ସମସ୍ତ ଫ୍ରାଞ୍ଚାଇଜ୍ ବାଣିଜ୍ୟିକ ସଂସ୍ଥା ଭାବରେ କାର୍ଯ୍ୟ କରନ୍ତି, କିନ୍ତୁ ସେମାନଙ୍କର ଅଂଶଗ୍ରହଣ BCCI ଚୁକ୍ତିନାମା ଦ୍ୱାରା ନିୟନ୍ତ୍ରିତ ହୁଏ ଏବଂ ସେହି ଚୁକ୍ତିନାମାଗୁଡ଼ିକରେ ସାଧାରଣ ସୁରକ୍ଷା ସହିତ ଜଡିତ ଅନେକ ବିଭାଗ ଅନ୍ତର୍ଭୁକ୍ତ।

ଯଦି ତଦନ୍ତକାରୀମାନେ RCBର ପରିଚାଳନାକୁ ଏହି ଗୁରୁତର ଅବହେଳା ସହିତ ସିଧାସଳଖ ଯୋଡି ଦିଅନ୍ତି, ତେବେ ନ୍ୟାୟ ପ୍ରଦାନ କରିବା ଏବଂ ଲିଗର ବିଶ୍ୱସନୀୟତା ବଜାୟ ରଖିବା ପାଇଁ BCCIକୁ RCB ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିପାରେ।

Related posts