ବିଜେପିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ

Published: Jun 10, 2025, 9:38 am IST

ଭୁବନେଶ୍ୱର: ନବରଂଗପୁରର ତେନ୍ତୁଳିଖୁଂଟି ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜନ୍ଦ୍ରେ ବିଶୋଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସମେତ ଅମଳାଭଟା ଗ୍ରାମପଂଚାୟତ ସମିତି ସଭ୍ୟା ବିଦୁସ୍ମିତା ଜାନି, କାମତା ପଂଚାୟତ ସମିତି ସଭ୍ୟା, ମଂଚାଗାଁ ପଂଚାୟତ ସରପଂଚ ତିରୁପତି ମହାନ୍ତି, ବିଜେଡି କର୍ମୀ, ଜି.ସତ୍ୟମ ନାଇଡୁ, ଗୋଲକ ନାୟକ, ସିନ୍ଦୁ ନାୟକ, ଲମ୍ବୋଦର ନାୟକ, ପୁରଷୋତମ ଜାନି, ପଦଲାମ ସଗରିଆ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନବରଂଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝି, ବିଧାୟକ ଗୌରୀ ଶଙ୍କର ମାଝି, ବିଧାୟକ ରୂପ ଭତ୍ରା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରୟଣ ତ୍ରିପାଠୀ, ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, କାହ୍‌ୁ ଦାସ, ପ୍ରଶାନ୍ତ ନାୟକ, ଅଭିମନ୍ରୁ ହରିଜନ, ହରେକୃଷ୍ଣ ମୁଦୁଲି, ଧରଣୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Related posts