IND vs ENG 1st Test: ଟସ୍ ଜିତି ବୋଲିଂ କରିବ ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ

Published: Jun 20, 2025, 3:23 pm IST

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଆଜିଠାରୁ ଲିଡ୍ସର ହେଡିଂଲି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଯୁବ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଅଭିଜ୍ଞ ବେନ୍ ଷ୍ଟୋକ୍ସଙ୍କ ମଧ୍ୟରେ ମୁକାବିଲା ହେବ। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ।

ଭାରତର ପ୍ଲେଇଂ ଏକାଦଶ:

ଯଶସ୍ୱୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ (ୱିକେଟକିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଜସପ୍ରିତ ବୁମରାହ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ।

ଇଂଲଣ୍ଡର ପ୍ଲେଇଂ ଏକାଦଶ:

ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍ (ୱିକେଟକିପର), କ୍ରିସ୍ ୱକ୍ସ, ବ୍ରାଇଡନ୍ କାର୍ସ, ଜୋଶ୍ ଟଙ୍ଗ୍ ଏବଂ ସୋଏବ୍ ବଶିର।

Related posts