ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଜାରି

Published: Jun 21, 2025, 1:37 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ପାଣ୍ଡବ ନଗର ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନିତୁ ମୃଦୁଙ୍ଗିଆ ନାମ୍ନୀ ଜଣେ ମହିଳା ବେକରେ ଶାଢ଼ୀ ବାନ୍ଧି ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଦୁଇ ସନ୍ତାନର ଜନନୀ ଅଟନ୍ତି। ଘରେ କେହିନଥିଲା ବେଳେ ମହିଳା ଜଣକ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ଓ ଘର ଲୋକେ ଆସି ମୃତ ନିତୁକୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ।

ପାରିବାରିକ ଅଶାନ୍ତିକୁ ନେଇ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Related posts