ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପତ୍ନୀକ ବ୍ରହ୍ମଗିରିରର ଅଲରାନାଥଙ୍କୁ କଲେ ଦର୍ଶନ

Published: Jun 22, 2025, 6:46 pm IST
CMinAlaranath

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପତ୍ନୀକ ବ୍ରହ୍ମଗିରି ଗସ୍ତ କରି ପ୍ରଭୃ ଅଲରାନାଥଙ୍କୁ ଦର୍ଶନ କରିଛନ୍ତି। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ପରେ ତିନିଠାକୁର ଜ୍ବରରେ ପି଼ିଡିତି ହୋଇ ଅଣସର ଘରେ ରୁହନ୍ତି। ଏହି ସମୟରେ ସେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। ହେଲେ କଥିତ ଅଛି ପ୍ରଭୃ ଅଣବସରରେ ଥିବା ବେଳେ ବ୍ରହ୍ମଗିରରି ଅଲରାନାଥଙ୍କୁ ଦର୍ଶନ କରାଯାଏ।

ସେହି ପରିପ୍ରକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ସହିତ ବ୍ରହ୍ମଗିରି ଯାଇ ପ୍ରଭୃ ଅଲରାନାଥଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସାଥୀରେ ଥିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପୂଜା କରିବା ସହିତ ମନ୍ଦିର ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଅଲରାନାଥଙ୍କ ଏକ ଫଟୋ ଚିତ୍ର ଉପହାର ଦେଇଥିଲେ।

Related posts