
ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ସେ ବିଜେପିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ନିଜେ ମତ ରଖିଛନ୍ତି। ସେ ତାଙ୍କର ସାମାଜିକ ଗଣମାଧ୍ୟମ ନିଜର ମତାମତ ଦେଇଛନ୍ତି। କାରଣ ତାଙ୍କ ଉପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଦ୍ବାରା ଚଢାଉ କରାଯାଉଛି। ନିକଟରେ ତାଙ୍କର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଇଟି ରେଡ କରାଯାଇଥିଲା। ବାରମ୍ବାର ଏପରି କରିବା ଅର୍ଥ ଦୀପାଳି କିପିରି ବିଜେପିରେ ସାମିଲ ହେଲେ ସେ ନେଇ ଆଶଙ୍କା ସୃଷ୍ଟି ହେଲା।
ତେବେ ଏହାକୁ ନେଇ ଦୀପାଳି ତାଙ୍କ ସାମାଜିକ ଗଣମାଧ୍ୟମରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, “ଜଣେ ଯେତେ ସଫଳ ଓ ଜୀବନରେ ଯେତେ ଆଗକୁ ବଢ଼ିବ ସେ ସେତେ ନିନ୍ଦା, ଅପବାଦର ଶିକାର ହେବ। ଯିଏ ଯେତେ ଚେଷ୍ଟା କରୁ ମୋର ସେବା ମନୋଭାବକୁ ଭାଙ୍ଗି ପାରିବ ନାହିଁ କି ଲୋକଙ୍କ ସହିତ ସ୍ଵର ଉତ୍ତୋଳନ କରିବା ବନ୍ଦ କରି ପାରିବ ନାହିଁ। ମୋର କଠିନ ସମୟରେ ମୋ ସହିତ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତାର ସହିତ ଧନ୍ୟବାଦ ଜଣାଉଛି।”
ସେ ଆହୁରି ମଧ୍ୟ କହିଛନ୍ତି ” ସଂଘର୍ଷ ଚାଲିଛି, ଆଗକୁ ବି ଚାଲିଥିବ, ସେମାନେ ଯେତେ ଚେଷ୍ଠା କଲେ ବି ମୋର ମନବଳକୁ ଭାଙ୍ଗି ପାରିବେ ନାହିଁ। ମିଥ୍ୟା କି ଅପବାଦ ମୋର ଝାରସୁଗୁଡାବାସୀଙ୍କ ନିକଟରୁ ଦୂରେଇ ପାରିବ ନାହିଁ। ଦୀପାଳି ଏପରି ଲେଖିବା ଅର୍ଥ ହେଉଛି ଯେ, ସେ ବିଜେଡିରେ ରହିବେ ଅନ୍ୟ କିଏ ତାଙ୍କ ଉପରେ ଆଘାତ କଲେ ମଧ୍ୟ ସେ ସଂଘର୍ଷ ଜାରୀ ରଖିବେ।