Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କର୍ତ୍ତା ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ଶୋକସଭା
ଆଞ୍ଚଳିକ

ବାଣପୁର: ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କର୍ତ୍ତା ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ଶୋକସଭା

July 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବ୍ଲକ ବୋରିଗାଁ ଗ୍ରାମର ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ମା’ ଶୁଳିଆ ଦେବୀ ସେବକ ସଙ୍ଘ ପକ୍ଷରୁ ଶୁକ୍ରବାର ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜ ସଚେତକ ତଥା ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୂର୍ଗାଚରଣ ଦାସଙ୍କ ସଭାପତିତ୍ଵରେ ଚନ୍ଦ୍ରମଣିଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ଗ୍ରାମୀଣ ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନ, ସମାଜସେବୀ ଭୀମସେନ ଦାସ ପ୍ରମୁଖ ଯୋଗଦେଇଥିଲେ।

ସେହିଭଳି ବୋରିଗାଁ ଗ୍ରାମର  ଶ୍ରୀଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ନୂତନ ମନ୍ଦିର କମିଟିର ଉପଦେଷ୍ଟା କେଦାର ନାଥ ରାଉତରାୟ, ଉପେନ୍ଦ୍ର ବଳିୟାରସିଂହ, ଗ୍ରାମର ୱାର୍ଡ ସଭ୍ୟ କାଲୁଚରଣ ଜେନା ସଭାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସଭାକୁ ଶିକ୍ଷକ ଭାଗୀରଥୀ ପାଇକରାୟ ପରିଚାଳନା କରିଥିଲେ।

ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଦିବଙ୍ଗତ ଚନ୍ଦ୍ରମଣି ବିଶ୍ଵାଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପୂର୍ବରୁ ସକାଳୁ ଗୀତା ପାଠ ସହ ନାମ ସଙ୍କୀର୍ତ୍ତନ କରାଯାଇଥିଲା।  ଶେଷରେ ଜ୍ୟୋତିରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶୋକସଭାକୁ ପ୍ରଦୀପ ବିଶ୍ଵାଳ, ପବିତ୍ର ଜେନା, ପ୍ରଭାକର ଦଳାଇ, ସୁରେଶ ଜେନା, ଉମାକାନ୍ତ ପ୍ରଧାନ, ନାରାୟଣ ସାମନ୍ତରାୟ, ସୁମନ୍ତ, କୃଷ୍ଣ ସାମନ୍ତରାୟ, ବିପିନ ପ୍ରମୁଖ ସଫଳ କରାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵର୍ଗତ ଚନ୍ଦ୍ରମଣି ବିଶ୍ଵାଳ ଜଣେ ସରଳ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ସେ ବୋରିଗାଁ ଗ୍ରାମରେ ନୂତନ ମନ୍ଦିରର କର୍ତ୍ତା ଭାବେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରୁଥିଲେ। ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କାର୍ଯ୍ୟ ସମାପ୍ତ ହେବାକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଆଘାତ ଦେଇଛି। ମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀଙ୍କୁ ଏହା ଶକ୍ତ ଝଟକା ଲାଗିଛି। ଚନ୍ଦ୍ରମଣିଙ୍କ ବିୟୋଗରେ ସଂପୂର୍ଣ୍ଣ ଗ୍ରାମବାସୀ ଭାଙ୍ଗିପଡିଛନ୍ତି।

ତେଣୁ ସେହି ପୁଣ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ମନ୍ଦିର ପରିଚାଳନା କମିଟିର ନେତୃତ୍ଵରେ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଶୋକସଭା ଆୟୋଜିତ ହୋଇଛି। ତେବେ ସଭାରେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସ୍ଵର୍ଗତ ଚନ୍ଦ୍ରମଣି ବିଶ୍ଵାଳଙ୍କ ସ୍ମୃତିଚାରଣ କରାଯାଇଥିବା ବେଳେ ତାଙ୍କ ପରିବାର ତଥା ସମ୍ପର୍କୀୟମାନଙ୍କୁ ସମବେଦନା ପ୍ରଦାନ କରାଯାଇଛି। ସମସ୍ତେ ଏହି ମହାନ ଆତ୍ମାର ସଦଗତି କାମନା କରିଛନ୍ତି।

ଚନ୍ଦ୍ରମଣି ବିଶ୍ଵାଳ ବୋରିଗାଁ ଗ୍ରାମ ରାଧାମୋହନ ଦେବ ଶୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

August 2, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ଦାୟିତ୍ଵ ଗ୍ରହଣ ଉତ୍ସବ

July 31, 2025

ପିଏମ୍.ଶ୍ରୀ. ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ

July 29, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.