Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କର୍ତ୍ତା ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ଶୋକସଭା
ଆଞ୍ଚଳିକ

ବାଣପୁର: ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କର୍ତ୍ତା ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ଶୋକସଭା

July 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବ୍ଲକ ବୋରିଗାଁ ଗ୍ରାମର ଚନ୍ଦ୍ରମଣି ବିଶ୍ଵାଳଙ୍କ ବିୟୋଗରେ ମା’ ଶୁଳିଆ ଦେବୀ ସେବକ ସଙ୍ଘ ପକ୍ଷରୁ ଶୁକ୍ରବାର ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜ ସଚେତକ ତଥା ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୂର୍ଗାଚରଣ ଦାସଙ୍କ ସଭାପତିତ୍ଵରେ ଚନ୍ଦ୍ରମଣିଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ଗ୍ରାମୀଣ ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ଭ୍ରମରବର ପ୍ରଧାନ, ସମାଜସେବୀ ଭୀମସେନ ଦାସ ପ୍ରମୁଖ ଯୋଗଦେଇଥିଲେ।

ସେହିଭଳି ବୋରିଗାଁ ଗ୍ରାମର  ଶ୍ରୀଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ନୂତନ ମନ୍ଦିର କମିଟିର ଉପଦେଷ୍ଟା କେଦାର ନାଥ ରାଉତରାୟ, ଉପେନ୍ଦ୍ର ବଳିୟାରସିଂହ, ଗ୍ରାମର ୱାର୍ଡ ସଭ୍ୟ କାଲୁଚରଣ ଜେନା ସଭାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସଭାକୁ ଶିକ୍ଷକ ଭାଗୀରଥୀ ପାଇକରାୟ ପରିଚାଳନା କରିଥିଲେ।

ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଦିବଙ୍ଗତ ଚନ୍ଦ୍ରମଣି ବିଶ୍ଵାଳଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପୂର୍ବରୁ ସକାଳୁ ଗୀତା ପାଠ ସହ ନାମ ସଙ୍କୀର୍ତ୍ତନ କରାଯାଇଥିଲା।  ଶେଷରେ ଜ୍ୟୋତିରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶୋକସଭାକୁ ପ୍ରଦୀପ ବିଶ୍ଵାଳ, ପବିତ୍ର ଜେନା, ପ୍ରଭାକର ଦଳାଇ, ସୁରେଶ ଜେନା, ଉମାକାନ୍ତ ପ୍ରଧାନ, ନାରାୟଣ ସାମନ୍ତରାୟ, ସୁମନ୍ତ, କୃଷ୍ଣ ସାମନ୍ତରାୟ, ବିପିନ ପ୍ରମୁଖ ସଫଳ କରାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵର୍ଗତ ଚନ୍ଦ୍ରମଣି ବିଶ୍ଵାଳ ଜଣେ ସରଳ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ସେ ବୋରିଗାଁ ଗ୍ରାମରେ ନୂତନ ମନ୍ଦିରର କର୍ତ୍ତା ଭାବେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ ସମ୍ପାଦନ କରୁଥିଲେ। ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ନୂତନ ମନ୍ଦିରର କାର୍ଯ୍ୟ ସମାପ୍ତ ହେବାକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ତାଙ୍କର ଦେହାନ୍ତ ଖବର ସମସ୍ତଙ୍କୁ ଆଘାତ ଦେଇଛି। ମନ୍ଦିର ପରିଚାଳନା କମିଟି ତଥା ଗ୍ରାମବାସୀଙ୍କୁ ଏହା ଶକ୍ତ ଝଟକା ଲାଗିଛି। ଚନ୍ଦ୍ରମଣିଙ୍କ ବିୟୋଗରେ ସଂପୂର୍ଣ୍ଣ ଗ୍ରାମବାସୀ ଭାଙ୍ଗିପଡିଛନ୍ତି।

ତେଣୁ ସେହି ପୁଣ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ମନ୍ଦିର ପରିଚାଳନା କମିଟିର ନେତୃତ୍ଵରେ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଶୋକସଭା ଆୟୋଜିତ ହୋଇଛି। ତେବେ ସଭାରେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସ୍ଵର୍ଗତ ଚନ୍ଦ୍ରମଣି ବିଶ୍ଵାଳଙ୍କ ସ୍ମୃତିଚାରଣ କରାଯାଇଥିବା ବେଳେ ତାଙ୍କ ପରିବାର ତଥା ସମ୍ପର୍କୀୟମାନଙ୍କୁ ସମବେଦନା ପ୍ରଦାନ କରାଯାଇଛି। ସମସ୍ତେ ଏହି ମହାନ ଆତ୍ମାର ସଦଗତି କାମନା କରିଛନ୍ତି।

ବୋରିଗାଁ ଗ୍ରାମ ରାଧାମୋହନ ଦେବ ଶୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026

ନିଜ ଜିଭ କାଟିଦେଲେ ଯୁବକ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.