ଭୁବନେଶ୍ଵର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପୁଲିସ ଗିରଫ କରିଛି। ଗତକାଲି ସରକାର ତାଙ୍କୁ ନିଲମ୍ବନ କରିଥିଲେ। ଆଜି ସହଦେବଖୁଣ୍ଟା ପୁଲିସ ତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଡିଏସପି ଇମନ କଲ୍ୟାଣ ନାୟକ ତଦନ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ଥାନୀୟ ପୁଲିସ ମାମଲାର ତଦନ୍ତ କରୁଛି। ତେବେ କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ତଦନ୍ତର ସ୍ଥିତି ଅନୁଧ୍ୟାନ କରୁଛି। ଏ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।
