ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ବନ୍ଦ ରହିବ। ଏ ନେଇ ବିଧିବଧ ଭାବେ ପେଟ୍ରୋଲ ଡିଲର ସଂଘ ଘୋଷଣା କରିଛି। ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ବନ୍ଦ ରହିବ। ଯେହେତୁ କଂଗ୍ରେସ ତରଫରୁ କାଲି ଓଡିଶା ବନ୍ଦ ଡାକରା ଦିଆଯାଇଛି ସେଥିପାଇଁ ପେଟ୍ରୋଲ ଟାଙ୍କି ସୁରକ୍ଷା ପାଇଁ ଏହି ପଦକ୍ଷେପ ସଂଘ ଗ୍ରହଣ କରିଛି।
ଏହି ବନ୍ଦ ଦ୍ବାରା ପେଟ୍ରୋଲ ଟାଙ୍କି ପ୍ରାୟ ଶହେ କୋଟି ଟଙ୍କାର କ୍ଷତି ସହିବେ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ତିନି ହଜାର ପେଟ୍ରୋଲ ଟାଙ୍କି କାମ କରୁଛି। ତେବେ ଟାଙ୍କି ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଂଘ ତରଫରୁ କୁହାଯାଇଛି।