ଭୁବନେଶ୍ଵର: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଅଘଟଣରେ ଛାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ମହବିଦ୍ୟାଳୟର ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳ ଗୁରୁତର ଆହତ ହୋଇ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଟେଲିଫୋନ ଯୋଗେ ଜ୍ୟୋତିପ୍ରକାଶଙ୍କ ମାଆଙ୍କ ସହିତ କଥାହୋଇ ବ୍ୟସ୍ତ ନହେବା ପାଇଁ ଆଶ୍ବାସନା ଦେଇଛନ୍ତି। ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ମହାପ୍ରଭୁଙ୍କ ନିକଟରେ ଜ୍ୟୋତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।