Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ
ଆଜିର ଖବର

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

ଭୁବନେଶ୍ବର: ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ବିଶ୍ୱଜିତ ଦାଶଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଆଜି ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନରେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ଓଡିଶା ଶାଖା ସଭାପତି ଅଭିଳାଶ ପଣ୍ଡାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ଗତ ଜୁଲାଇ ୨୧ ତାରିଖ ଦିନ ବିଜେପି କାର୍ଯ୍ୟାଳୟ ଠାରେ ତାଙ୍କର ଅନ୍ୟକିଛି ସହକର୍ମୀଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବିରୋଧ ଦଳ ନେତା ତଥା ପୂର୍ବତନ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତ୍ୟନ୍ତ ଅଶାଳିନ ମନ୍ତବ୍ୟ ପ୍ରଦାନ କରିବା ସହିତ ରାହୁଲ ଗାନ୍ଧୀଙ୍କର ଚରିତ୍ର ସଂହାର କରିଛନ୍ତି।

ଏପରିକି ସମସ୍ତ କଂଗ୍ରେସ ଦଳର ନେତୃବର୍ଗ ଜଣେ ଜଣେ ବଳାତ୍କାରୀ ବୋଲି ଗଣମାଧ୍ଯମ ସମ୍ମୁଖରେ କହିବାକୁ କୁଣ୍ଠାବୋଧ କରିନଥିଲେ । ଏହା ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ ଘୋର ଆଘାତ ଦେବା ସହିତ ତାଙ୍କପ୍ରତି ଯେଉଁ ଆପତିଜନକ ମନ୍ତବ୍ୟ ଶ୍ରୀ ପଣ୍ଡା ଦେଇଛନ୍ତି ତାହା ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ଅନୁସାରେ ତାଙ୍କ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ନେତୃବର୍ଗ ଥାନାର ବରିଷ୍ଠ ଅଧିକାରୀ ତଥା ଜୋନର ଏସିପିଙ୍କ ଠାରେ ଦାବି କରିଛନ୍ତି । ଥାନାର ବରିଷ୍ଠ ଅଧୂକାରୀ ଏହାକୁ ଏଫଆଇର ରୂପେ ଗ୍ରହଣ କରିବା ସହିତ ତାର ଏକକିତା ନକଲ ମଧ୍ଯ ପ୍ରଦାନ କରିଛନ୍ତି ।

ଶ୍ରୀ ଦାଶ କହିଛନ୍ତି ଯଦି ଶ୍ରୀ ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ ତାହାଲେ କଂଗ୍ରେସ ଆଇନଗତ ଲଢ଼େଇ ଲଢ଼ିବା ସହିତ ପୋଲିସ ବିଭାଗର ପାତର ଅନ୍ତର ବିରୋଧରେ ମଧ୍ୟ ଲଢ଼େଇ କରାଯିବ। ଏହି ପ୍ରତିନିଧୂ ମଣ୍ଡଳୀରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ମୋହନ ଜେନା, ଦେବାଶିଷ ମହାପାତ୍ର, ଶ୍ରୀୟା ମହାନ୍ତି, ପ୍ରଶନ୍ନ ନାୟକ, ପ୍ରାଚୀ ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ମଣ୍ଡୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ସଂକୁନା କହଁର, ଶିଶିର ରାଉତରାୟ, ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025
Latest News

ସରିଲା ପଞ୍ଜୀକରଣ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଲୋକ କଲେ ଆବେଦନ

July 25, 2025

ଭିଜିଲାନ୍ସ ପଞ୍ଝାରେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ: ୩୦ ହଜାର ଲାଞ୍ଚ ନେବା ବେଳେ ହେଲେ ଗିରଫ

July 25, 2025

Odisha TEX 2025: ହିଣ୍ଡାଲକୋ ଓଡିଶାରେ ନିବେଶ କରିବ 200 କୋଟି ଟଙ୍କା, ଏମଓୟୁ ସ୍ଵାକ୍ଷରିତ

July 25, 2025

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ: ରାଷ୍ଟ୍ରପତି ଭବନରେ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ

July 25, 2025

ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉପକୃତ ହେବ ଓଡ଼ିଶା

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.