ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମାତ୍ର ଏକ ମାସ ପୁର୍ବେ ବାହା ହୋଇଥିବା ବର୍ଷା ପ୍ରଧାନ ନାମ୍ନୀ ଜଣେ ନବବିବାହିତା ପତ୍ନୀ ନିଜ ସ୍ବାମୀ ଅମୁଲ୍ୟ ଦଳେଇଙ୍କୁ କୁଅକୁ ଠେଲି ପଥରରେ ଆକ୍ରମଣ କରିବା ଭଳି ସମ୍ବେଦନଶୀଳ ଖବର ସାରା ବେଲଗୁଣ୍ଠା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ପାଇଛି ଯେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତମୁସୁରୁ ଗ୍ରାମର ଗଣେଶ ଦଳେଇ ସୋରଡ଼ା ଥାନା ଅନ୍ତର୍ଗତ ଗୁଡିପଲୀ ଗ୍ରାମର ବର୍ଷାଙ୍କୁ ଗତ ଏକ ମାସ ତଳେ ବାହା ହୋଇଥିଲେ। କିନ୍ତୁ ବର୍ଷା ପ୍ରତ୍ୟେକ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଫୋନରେ କଥା ହେବାପାଇଁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏହିଭଳି ପରିସ୍ଥିତିରେ ବର୍ଷା ଗତ ଦୁଇ ଦିନ ପୁର୍ବେ ସ୍ବାମୀଙ୍କୁ ବାରି ପଟକୁ ଡ଼ାକି କୁଅକୁ ଠେଲି ଦେଇ ଇଟା ପଥରରେ ଆକ୍ରମଣ କରିଥିଲା।
ଗୁରୁତର ଆହତ ଅମୁଲ୍ୟ କୁଅ ଭିତରେ ରହି ଚିତ୍କାର କରିବା ଶୁଣି ବାପା ଗଣେଶ ପୁଅକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାପା ଗଣେଶ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଗତକାଲି ଅଭିଯୁକ୍ତ ବର୍ଷାକୁ ବୁଗୁଡ଼ାସ୍ଥିତ ଏକ ଜରାଶ୍ରମରୁ ଉଠାଇ ଆଣିଥିଲା ଏବଂ ପରେ କୋର୍ଟ ଚାଲାଣ କରିଛି।