ଭୁବନେଶ୍ଵର: ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଉଭୟ ଦେଶ ପାଇଁ ଶୁଳ୍କକୁ ଆଶାତୀତ ଭାବେ ହ୍ରାସ କରିବାରେ ସହାୟକ ହେବ। ଭାରତରୁ ବ୍ରିଟେନକୁ ରପ୍ତାନି ହେଉଥିବା ପ୍ରାୟ ୯୯ପ୍ରତିଶତ ସାମଗ୍ରୀ ଉପରୁ ଟାରିଫ ବା ଶୁଳ୍କ ପ୍ରତ୍ୟାହୃତ ହେବାକୁ ଯାଉଛି। ଏଣିକି ଉପଭୋକ୍ତା ମାନେ ସ୍ୱଳ୍ପ ମୂଲ୍ୟରେ ବ୍ରିଟେନର କାର୍, ପ୍ରସାଧନ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ, ଚିକିତ୍ସା ଉପକରଣ ଆଦି ସୁବିଧାରେ ପାଇ ପାରିବେ ବୋଲି କହିଛନ୍ତି ଜଣାଶୁଣା ଅର୍ଥନୀତି ବିଶେଷଜ୍ଞ ପ୍ରଫେସର୍ ପ୍ରୀତିଶ ସାହୁ।
ଭାରତ ଏବଂ ବ୍ରିଟେନ୍ ସରକାର ହାରାହାରି ଟାରିଫ ବା ଶୁଳ୍କକୁ ୧୫ରୁ ୩ପ୍ରତିଶତ ହ୍ରାସ କରିବାକୁ ସହମତ ହୋଇଛନ୍ତି। ବ୍ରିଟେନରେ ଭାରତୀୟ ବୟନଶିଳ୍ପ ସାମଗ୍ରୀ ଜୋତା, ରତ୍ନ, ଅଳଙ୍କାର, ସାମୁଦ୍ରିକ ଉତ୍ପାଦ, କୃଷିଜାତ ପଦାର୍ଥ ଅତି ଶସ୍ତାରେ ମିଳିପାରିବ। ଭାରତର ଯୁବ ସମାଜ କୃଷକ, ମତ୍ସ୍ୟଜୀବୀମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ଅର୍ଥନୀତି ବିଶେଷଜ୍ଞ ପ୍ରଫେସର୍ ସତ୍ୟକାମ ମିଶ୍ର କହିଛନ୍ତି।