Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୋଷଣା ହେଲା ୨୦୨୫ ଏସିଆ କପ୍‌ର କାର୍ଯ୍ୟସୂଚୀ: ଏହି ଦିନ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ୍
ଆଜିର ଖବର

ଘୋଷଣା ହେଲା ୨୦୨୫ ଏସିଆ କପ୍‌ର କାର୍ଯ୍ୟସୂଚୀ: ଏହି ଦିନ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ୍

July 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସିଆନ୍ କ୍ରିକେଟ୍ ର ମହାକୁମ୍ଭ ଅର୍ଥାତ୍ ଏସିଆ କପ୍ ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳାଯିବ। ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଅଧ୍ୟକ୍ଷ ମୋହସିନ୍ ନକଭି ୨୦୨୫ ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହାର ଫାଇନାଲ୍ ମ୍ୟାଚ୍ ୨୮ ସେପ୍ଟେମ୍ବରରେ ଖେଳାଯିବ।

ପ୍ରକାଶ ଯେ, ୨୦୨୫ ଏସିଆ କପ୍‌ର କେବଳ ପ୍ରଥମ ମ୍ୟାଚ୍ ଏବଂ ଫାଇନାଲ୍ ତାରିଖ ଘୋଷଣା କରାଯାଇଛି। ମୋହସିନ୍ ନକଭି କହିଛନ୍ତି ଯେ, ୨୦୨୫ ଏସିଆ କପ୍‌ର ପ୍ରଥମ ମ୍ୟାଚ୍ ୯ ସେପ୍ଟେମ୍ବରରେ ଖେଳାଯିବ। ଏସିଆ କପ୍‌ର ଫାଇନାଲ୍ ୨୮ ସେପ୍ଟେମ୍ବରରେ ହେବ। କୁହାଯାଉଛି ଯେ, ସଦ୍ୟ ଏସିଆନ୍ କ୍ରିକେଟ୍ ପରିଷଦ (ଏସିସି) ବୈଠକରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ନିଜ ନିଜ ପ୍ରସଙ୍ଗକୁ ଭୁଲି ଏସିଆ କପ୍‌ରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତକୁ ୨୦୨୫ ଏସିଆ କପର ଆୟୋଜନ ଦାୟିତ୍ୱ ମିଳିଥିଲା, କିନ୍ତୁ କିଛି ଦିନ ପୂର୍ବରୁ BCCI ଏହି ଟୁର୍ଣ୍ଣାମେଣ୍ଟକୁ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ ରାଜି ହୋଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ନେଇ ଏବେ ବି ସନ୍ଦେହ ରହିଛି। ଏ ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ଏସିଆ କପରେ ପ୍ରଥମ ଥର ପାଇଁ ୮ ଟି ଦଳ ଖେଳିବେ:

୨୦୨୫ ଏସିଆ କପରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଏହା ପ୍ରଥମ ଥର ହେବ ଯେ, ଏସିଆ କପରେ ଏତେ ସଂଖ୍ୟକ ଦଳ ରହିବେ। ୧୯୮୪ ରେ ପ୍ରଥମ ଥର ପାଇଁ ଏସିଆ କପ୍ ଆୟୋଜନ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ ୧୬ ଥର ଏସିଆ କପ୍ ଖେଳାଯାଇଛି। କିନ୍ତୁ ୨୦୨୫ ମସିହାରେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେତେବେଳେ ମୋଟ ୮ ଟି ଦଳ ଏସିଆ କପରେ ଅଂଶଗ୍ରହଣ କରିବେ। ଏହି ୮ଟି ଦଳର ନାମ ହେଉଛି ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ହଂକଂ, ୟୁଏଇ ଏବଂ ଓମାନ।

2025 Asia Cup asia cup BCCI India Vs Pakistan Mohsin Naqvi pcb
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୫୧ ଜଣଙ୍କୁ ମିଳିଲା ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

July 29, 2025

ଜରୁରୀ କାଳୀନ ସହାୟତା କେନ୍ଦ୍ର ଗସ୍ତ କରି କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 29, 2025

ଆଜି ଜୁଲାଇ ୨୯ ତାରିଖ ମଙ୍ଗଳବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2025

ରଣପୁର ବ୍ଲକ ଛାତ୍ର କଂଗ୍ରେସ ର କର୍ମୀ ସମ୍ମିଳନୀ

July 28, 2025
Latest News

ସାବଧାନ….ଏଣିକି ବିନା କାଗଜପତ୍ରରେ ଗାଡି ଚଳେଇଲେ, ଗାଡି ରେଜିଷ୍ଟ୍ରେସନ ହେବ ବାତିଲ

July 29, 2025

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୫୧ ଜଣଙ୍କୁ ମିଳିଲା ୫୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

July 29, 2025

ଜରୁରୀ କାଳୀନ ସହାୟତା କେନ୍ଦ୍ର ଗସ୍ତ କରି କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 29, 2025

ଆଜି ଜୁଲାଇ ୨୯ ତାରିଖ ମଙ୍ଗଳବାର ଦିନ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭବେଳା

July 29, 2025

ରଣପୁର ବ୍ଲକ ଛାତ୍ର କଂଗ୍ରେସ ର କର୍ମୀ ସମ୍ମିଳନୀ

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.