ନୂଆଦିଲ୍ଲୀ: ଭାରତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରସ୍ତୁତି କରୁଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେବାକୁ ଥିବା ନିଜର ସମ୍ବୋଧନ ପାଇଁ ସମସ୍ତ ଜନସାଧାରଣ ଚିନ୍ତାଧାରା ଓ ଭାବନା ସେୟାର କରିବାକୁ ଆହ୍ୱାନ କରିଛନ୍ତି।
ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଥିବା ଏକ ବାର୍ତ୍ତାରେ କହିଛନ୍ତି:
“ଧୀରେ ଧୀରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଖେଇ ଆସୁଛି। ମୁଁ ମୋର ସାଥୀ ଭାରତୀୟଙ୍କ ଚିନ୍ତାଧାରା ଶୁଣିବାକୁ ଉତ୍ସୁକ ଅଛି!
ଆପଣମାନେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ କେଉଁ ପ୍ରସଙ୍ଗ କିମ୍ବା ସିଦ୍ଧାନ୍ତକୁ ପ୍ରତିବିମ୍ବିତ ହେବା ଚାହାନ୍ତି?
ମାଇଁ ଗଭ ଏବଂ ନମୋ ଆପ୍ ର ଖୋଲା ମଞ୍ଚରେ ନିଜର ଚିନ୍ତାଧାରା ସେୟାର କରନ୍ତୁ…
https://www.mygov.in/group-issue/let-your-ideas-and-suggestions-be-part-pm-modis-independence-day-speech-2025/