Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୂଚନା ଅଧିକାର ସଂଶୋଧନ ବିଲ୍‌ : ପୁଣି ଥରେ ଖୋଲାଖୋଲି ବିଜେଡି ବିଜେପି କୋଳାକୋଳି
ବିଶେଷ ଖବର

ସୂଚନା ଅଧିକାର ସଂଶୋଧନ ବିଲ୍‌ : ପୁଣି ଥରେ ଖୋଲାଖୋଲି ବିଜେଡି ବିଜେପି କୋଳାକୋଳି

July 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଯଦି ନରେନ୍ଦ୍ର ମୋଦୀ ସରକାରର ସବୁ ଜନ ବିରୋଧୀ ଓ ସଙ୍ଘୀୟ ଢାଞ୍ଚା ବିରୋଧୀ ପଦକ୍ଷେପକୁ ଓଡିଶାର ବିଜୁ ଜନତା ଦଳ ସମର୍ଥନ କରିବାର ଥିଲା, ତାହେଲେ ଏହା ନିଜକୁ ଏନଡିଏରେ ସାମିଲ କରୁନାହିଁ କାହିଁକି? ଗତ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ପ୍ରତ୍ୟକ୍ଷ ମୁକାବିଲା କରି ବିଜେଡି ଓଡିଶାବାସୀଙ୍କ ସମର୍ଥନ ପାଇଛି। ହେଲେ ନିର୍ବାଚନ ପରେ ପରେ ଏହା ସିଧାସଳଖ ବିଜେପି ପାଖରେ ଶରଣାପନ୍ନ ହୋଇଛି। ଲୋକସଭାରେ ୧୨ ଓ ବିଧାନସଭାରେ ୧୧୨ ଆସନ ଜିତିଥିବା ସତ୍ତ୍ୱେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ବିଜେପି ପାଖରେ ସମର୍ପିତ କରି ରଖିଛନ୍ତି। ଏ ସମ୍ପର୍କରେ ଏକ ରୋଚକ କାହାଣୀ ଆମେ ଶୁଣିଛୁ। ଏବେ ଜଣେ ବନ୍ଧୁଙ୍କ ସହ ଦେଖାହେଲା। ସେ କହିଲେ, “ଜାଣିଛ, ନବୀନ ପଟ୍ଟନାୟକ ଯେତେବେଳେ ଅମିତ ଶାହଙ୍କୁ ଦେଖା କରିବାକୁ ଗଲେ, ସେ ତାଙ୍କୁ ଏମିତି ଗୋଟେ ଫାଇଲ ଦେଲେ ଯେଉଁଥିରେ ଚିଟ ଫଣ୍ଡ ଠୁ ଆରମ୍ଭ କରି ଖଣି ଦୁର୍ନୀତି ପର୍ୟନ୍ତ ସବୁ ଦୁର୍ନୀତିର ପ୍ରସଙ୍ଗ ଥିଲା। ସେ ଫାଇଲ ଦେଖିବା ପରେ ନବୀନ ବାବୁ ଡରିମରି ଅମିତ ଶାହଙ୍କ ସବୁକଥାରେ ହଁ ମାରୁଛନ୍ତି”। ଏହା ହୁଏତ ଏକ ଗାଲୁଗପ ହୋଇଥାଇପାରେ। ହେଲେ ନବୀନ ପଟ୍ଟନାୟକ ପାଞ୍ଚଥର ନିର୍ବାଚନ ଜିତିଲା ପରେ ମଧ୍ୟ ଗୋଟେ ଡରୁଆ ଓ ଅମେରୁଦଣ୍ଡୀ ନେତା ଭଳି ବ୍ୟବହାର ପ୍ରଦର୍ଶନ କରିବା ଅନେକଙ୍କୁ ଚକିତ କରୁଛି। ଯେଉଁମାନେ ନବୀନଙ୍କ ଉପରେ ଭରସା ରଖିଥିଲେ,ସେମାନେ ଏବେ ନବୀନଙ୍କୁ ଜଣେ ସୁବିଧାବାଦୀ ଓ ଡରକୁଳା ନେତା ବୋଲି କହିବା ଆରମ୍ଭ କରିଛନ୍ତି। ତେବେ ନବୀନଙ୍କ ନିଃସର୍ତ୍ତ ଆତ୍ମ ସମର୍ପଣର ଶେଷ ଉଦାହରଣ ହେଉଛି ସୂଚନା ଅଧିକାର ଆଇନର ଜନବିରୋଧୀ ସଂଶୋଧନକୁ ରାଜ୍ୟସଭାରେ ବିଜେଡ଼ିର ଅବାଞ୍ଛିତ ସମର୍ଥନ।

୨୦୦୫ ମସିହାରେ ସୂଚନା ଅଧିକାର ଆଇନ ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ କ୍ରାନ୍ତିକାରୀ ବ୍ୟବସ୍ଥା ଥିଲା। ତେବେ ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ ସୂଚନା ଅଧିକାର ଆଇନକୁ ନିଜ ରାଜ୍ୟରେ ସଠିକ ଭାବରେ କାର୍ୟକାରୀ କରିନଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏହି ଆଇନକୁ ଦୁର୍ବଳ କରିବା ଓ ସୂଚନା କମିଶନକୁ ସଖୀ କଣ୍ଢେଇ ଅନୁଷ୍ଠାନରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ସେଥିଲାଗି ସୂଚନା ଅଧିକାର ଆଇନର ସଂଶୋଧନ ଲାଗି ସଂସଦରେ ଏକ ପ୍ରସ୍ତାବ ରଖାଗଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସୂଚନା କମିଶନଗୁଡିକ ଉପରେ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ଯେମିତି ରହିବ ସେଥିପାଇଁ ଏହି ସଂଶୋଧନ ପ୍ରସ୍ତାବ ରଖାଗଲା। ଅନାବଶ୍ୟକ ଭାବରେ ସଙ୍ଘୀୟ ଢାଞ୍ଚାକୁ ଅବମାନନା କରି ରାଜ୍ୟ କମିଶନ ଗୁଡିକର କାର୍ୟକାଳ, ଦରମା ଓ ଅନ୍ୟାନ୍ୟ ବ୍ୟବସ୍ଥାର ନିୟନ୍ତ୍ରଣ ରାଜ୍ୟ ହାତରୁ ଛଡାଇ ନିଆଯାଇଛି। ସୂଚନା କମିଶନ ଆଉ ଯେମିତି ନିର୍ବାଚନ କମିଶନଙ୍କ ପରି ସ୍ଵୟଂଶାସିତ ଓ ସ୍ଵୟଂସଂପୂର୍ଣ୍ଣ ସଂସ୍ଥା ଭାବରେ କାମ ନକରନ୍ତି, ସେ ବ୍ୟବସ୍ଥା ମୋଦୀ ସରକାର କରିଛନ୍ତି। ଏହି ସଂଶୋଧନ ବ୍ୟବସ୍ଥା ମାଧ୍ୟମରେ ସୂଚନା କମିଶନକୁ କେନ୍ଦ୍ର ସରକାର ନିଜ ଅଧିନର ଏକ ବିଭାଗ କରିବାକୁ ଚାହୁଁଛନ୍ତି ବୋଲି କହି ଲୋକସଭାରେ ଗତ ୨୨,ଜୁଲାଇ ବିତର୍କରେ ବିଜେଡ଼ିର ବରିଷ୍ଠ ସଦସ୍ୟ ଭର୍ତ୍ତୃହରି ମହତାବ କହିଥିଲେ ଓ ଏହି ସଂଶୋଧନକୁ ବିରୋଧ କରିଥିଲେ।

ଲୋକସଭାରେ ବିଜେପିର ବହୁମତ ଥିବାରୁ ଏହି ବିଲ ସହଜରେ ଗୃହୀତ ହୋଇଥିଲା। ଜୁଲାଇ ୨୫ ତାରିଖ ଦିନ ଏହି ବିଲ ରାଜ୍ୟସଭାରେ ଉପସ୍ଥାପିତ ହେବା ସମୟରେ ବିଜେଡ଼ିର ସସ୍ମିତ ପାତ୍ର ଏଥିରେ ରହିଥିବା ସଂଶୋଧନ ବ୍ୟବସ୍ଥା ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ ହୋଇପାରେ ବୋଲି ସନ୍ଦେହ ପ୍ରକଟ କରିଥିଲେ। ଅର୍ଥାତ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡ଼ିର ସାଂସଦମାନେ ଏହି ସଂଶୋଧନ ବ୍ୟବସ୍ଥା ବିପକ୍ଷରେ ମତ ରଖିଥିଲେ। ହେଲେ ଆଶ୍ଚର୍ୟଜନକ ଭାବରେ ଭୋଟିଂ ବେଳେ ବିଜେଡି ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲା। ଏହା ବୋଧହୁଏ ସଂସଦୀୟ ଇତିହାସରେ ସବୁଠୁ ଜଘନ୍ୟ ବିଶ୍ଵାସଘାତକତା ବୋଲି ଆମେ କହିପାରିବା। ବିତର୍କରେ ବିରୋଧ, ହେଲେ ଭୋଟିଂ ବେଳେ ସମର୍ଥନ- ଏହା ଛଳନାପୂର୍ଣ୍ଣ ରାଜନୀତିର ଏକ ଭୟଙ୍କର ଉଦାହରଣ।

ଏବେ କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି କଥା ହେଲାପରେ ବିଜେଡି ଏହି ବିଲ ସପକ୍ଷରେ ଭୋଟ ଦେଇଥିଲା। ଏହାର ଅର୍ଥ କଣ? ଲୋକ ଏବେ ସେଇ କଥାକୁ ଅଧିକରୁ ଅଧିକ ବିଶ୍ଵାସ କରିବାକୁ ବାଧ୍ୟ ଯେ, ନବୀନଙ୍କ ଉପରେ ମୋଦୀ-ଶାହଙ୍କ ଅଙ୍କୁଶ ବେଶ କାମ କରୁଛି ଓ ସେମାନେ ଯାହା କହୁଛନ୍ତି, ନବୀନ ତାଙ୍କ ନିର୍ଦ୍ଦେଶରେ ହିଁ କାମ କରୁଛନ୍ତି। ଏହି ସଂଶୋଧନ ବିଲ ରେ ରାଜ୍ୟ ସରକାରମାନଙ୍କ ଅଧିକାରକୁ ସଂପୂର୍ଣ୍ଣ ଭାବରେ କ୍ଷୁଣ୍ଣ କରାଯାଇଛି। ତା ସତ୍ତ୍ୱେ ଆଞ୍ଚଳିକ ଅସ୍ମିତା ଓ ଓଡିଶାର ସ୍ଵାର୍ଥ କଥା କହୁଥିବା ବିଜେଡି ଏହା ସପକ୍ଷରେ ଭୋଟ ଦେଲା କାହିଁକି? ବିଜେପି ପାଖରେ ପୂର୍ଣ୍ଣ ଆତ୍ମ ସମର୍ପଣର ଏ ନିଷ୍ପତ୍ତି ନବୀନଙ୍କୁ ଜଣେ ଦୁର୍ବଳ ଓ ଭୟାଳୁ ନେତା ଭାବରେ ପ୍ରମାଣିତ କରିଛି। ନିର୍ବାଚନ ସମୟରେ ରାଜ୍ୟ ପାଇଁ ଆର୍ଥିକ ସ୍ଵାଧୀନତା ର ପ୍ରସଙ୍ଗ ଉଠାଉଥିବା ନବୀନ ଏବେ କେନ୍ଦ୍ରର ଦାଦାଗିରିକୁ ମୁଣ୍ଡପାତି ସ୍ଵୀକାର କରୁଛନ୍ତି।

ବିଜେଡ଼ିର ଏହି ଦୋମୁହାଁ ଓ ଡରୁଆ ନୀତି ଓଡିଶାର ଜନମତ ପ୍ରତି ସବୁଠୁ ବଡ ବିଶ୍ଵାସଘାତକତା ବୋଲି କହିବା ଛଡା ଅଲଗା ବାଟ ଆଉ ନାହିଁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.