ବାଲେଶ୍ବର: ସମୁଦ୍ରରେ ନିଖୋଜ ଥିବା ବାଲେଶ୍ବରର ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ମତ୍ସ୍ୟସଂପଦ ବିଭାଗର ସାଗର ମିତ୍ର ଏବଂ ଓଡ଼ିଶା ପୁଲିସର ତଟରକ୍ଷାବାହିନୀ ଡ୍ରୋନ ସହାୟତାରେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି। ତଲାସୀ କର୍ଯ୍ୟରେ ୩ଟି ବୋଟ୍ ନିୟୋଜିତ କରାଯାଇଛି। କସଫଳ ସାମୁଦ୍ରିକ ଥାନା ଏବଂ ବଳରାମଗଡ଼ି ସାମୁଦ୍ରିକ ଥାନାର ବୋଟ୍ରେ ପୁଲିସ କର୍ମଚାରୀମାନେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରଖିଛନ୍ତି।