Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆଜି ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତରେ ଯିବେ। ଆଜି ସେ ବେଙ୍ଗାଲୁରୁ କେଏସଆର ରେଳଷ୍ଟେସନରୁ ୩ଟି ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ କରିବେ। ଏହାପରେ ସେ ବାଙ୍ଗାଲୋର ମେଟ୍ରୋ ୟେଲୋ ଲାଇନର ଶୁଭାରମ୍ଭ କରିବା ସହ ମେଟ୍ରୋରେ ଆରଭି ରୋଡ(ରାଗିଗୁଡ଼ା)ରୁ ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବେ।

ଦ୍ୱିପ୍ରହର ପ୍ରାୟ ୧ଟା ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ସହର ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ବାଙ୍ଗାଲୋର ମେଟ୍ରୋ ଫେଜ୍-୨ରେ ଆରଭି ରୋଡ (ରାଗିଗୁଡ଼ା)ରୁ ବୋମାସାନ୍ଦ୍ରା ପର୍ଯ୍ୟନ୍ତ ୟେଲୋ ଲାଇନର ଉଦଘାଟନ କରିବେ । ୭,୧୬୦ କୋଟି ଟଙ୍କାରେ ନିର୍ମିତ ୧୯ କିଲୋମିଟରର ଏହି ଲାଇନରେ ଅଛି ୧୬ଟି ଷ୍ଟେସନ । ଏହି ନୂତନ ୟେଲୋ ଲାଇନର ଉଦଘାଟନ ଫଳରେ ବେଙ୍ଗାଲୁରୁରେ ମେଟୋ ନେଟୱର୍କ ୯୬ କିଲୋମିଟରକୁ ବୃଦ୍ଧି ପାଇବ, ଯାହାକି ଏକ ବୃହତ ଜନସଂଖ୍ୟା ପାଇଁ ଉପଯୋଗୀ ।

ପ୍ରଧାନମନ୍ତ୍ରୀ ୧୫,୬୧୦ କୋଟି ଟଙ୍କାରେ ହେବାକୁ ଥିବା ବାଙ୍ଗାଲୋର ମେଟ୍ରୋ ଫେଜ୍-୩ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପର ଦୂରତ୍ୱ ମୋଟ ୪୪ କିଲୋମିଟର ହେବ ଏବଂ ୩୧ଟି ଇଲେଭେଟେଡ ଷ୍ଟେସନ ରହିବ । ଏହି ପ୍ରକଳ୍ପ ସହରର ଆବାସିକ, ବାଣିଜି୍ୟକ, ଔଦ୍ୟୋଗିକ ଏବଂ ଶୈକ୍ଷିକ କ୍ଷେତ୍ର ପାଇଁ ପରିବହନ ଆବଶ୍ୟକତା ପୂରଣ କରିବ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରୁ ୩ଟି ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ ମଧ୍ୟ କରିବେ । ଏହି ୩ଟି ଟ୍ରେନ ହେଲା ବେଙ୍ଗାଲୁରୁରୁ ବେଲଗାଭି, ଅମୃତସରରୁ ମାତା ବୈଷ୍ଣୋଦେବୀ କାଟ୍ରା ଏବଂ ନାଗପୁର (ଅଜନି)ରୁ ପୁନେ । ଏହି ଦ୍ରୁତଗତି ସମ୍ପନ୍ନ ଟ୍ରେନ ଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ଦୃଢ଼ କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଯାତ୍ରାର ଅଭିଜ୍ଞତା ଦେବ ।

କର୍ଣ୍ଣାଟକ ଗସ୍ତ ବାଙ୍ଗାଲୋର
Share. Facebook Twitter LinkedIn Email WhatsApp Copy Link

Related Posts

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026

ୱାଲ୍‌ଟାୟାର ଡିଭିଜନ ଟ୍ରେନ୍‌ଗୁଡ଼ିକରେ ଅଭିନବ ହାଇଜେନିକ୍ ଚା ଏବଂ କଫି ବିକ୍ରୟ ବ୍ୟବସ୍ଥା ଆରମ୍ଭ

January 14, 2026

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ

January 14, 2026

ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 14, 2026

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.