Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଯୁକ୍ତି ପତ୍ର ଅପେକ୍ଷାରେ ନବ ନିଯୁକ୍ତ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ ପ୍ରାର୍ଥୀ
ଆଜିର ଖବର

ନିଯୁକ୍ତି ପତ୍ର ଅପେକ୍ଷାରେ ନବ ନିଯୁକ୍ତ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ ପ୍ରାର୍ଥୀ

August 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ
କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆଇନରେ ‘ଜନ ବିଶ୍ୱାସ’ ସଂସ୍କାର; ନିୟାମକ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ଵର: ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ତରଫରୁ ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜର ରାଜ୍ୟରେ ନିଯୁକ୍ତି ଉପରେ ମନ୍ତବ୍ୟ ଦେଇ ରାଜ୍ୟରେ ୨ ବର୍ଷ ମଧ୍ୟରେ ୬୫,୦୦୦ ଖାଲି ପଡିଥିବା ପଦବୀ ପୂରଣ ନିମିତ୍ତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଏହା କି ଓ.ଏସ୍.ଏସ୍.ଏସ୍.ସି ଦ୍ଵାରା ଗତ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ମାସ ୧୫ ତାରିଖରେ ଫାର୍ମାସି ଅଫିସର ଓ ବହୁମୁଖି ପୁରୁଷ ସ୍ଵାସ୍ଥ୍ୟକର୍ମୀ ପଦବୀ ନିମିତ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା , ଏହାର ୮ ମାସ ପରେ ୨୦୨୪ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ନିଯୁକ୍ତି ପରୀକ୍ଷା ସି.ବି.ଟି (Computer Based Test) ମୋଡରେ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା, ଏହା ପରେ ଚଳିତ ବର୍ଷ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ତାଲିକା ସହ ପ୍ରାର୍ଥୀ ମାନଙ୍କ ଚଏସ ଓ ନିଯୁକ୍ତି ପରୀକ୍ଷାର ଫଳାଫଳ କୁ ଆଧାର କରି ସେମାନେ ମନୋନୀତ ହୋଇଥିବା ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା

ମାତ୍ର କହିବା ବାହୁଲ୍ୟ କି ଇତି ମଧ୍ୟରେ ଚୁଡାନ୍ତ ପରୀକ୍ଷା ଫଳାଫଳକୁ ୨ ମାସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ ନାହିଁ, ଯଦ୍ୱାରା ସେମାନେ ଯାଇ ନିଜ ନିଜ ଜିଲ୍ଲାରେ ନିଜ ପୋଜିସନ୍ ରେ ଜଏନ କରିପାରିବେ।

ସାଧାରଣରେ ପ୍ରଶ୍ନ ଉଠୁଛି ନିଯୁକ୍ତି ପ୍ରକ୍ରିୟା ଆରମ୍ଭରୁ ଶେଷ ହେବା ସମୟ ସୀମା ୨ ବର୍ଷ ଅତିକ୍ରମ କରାଗଲାଣି ଓ.ଏସ୍.ଏସ୍.ଏସ୍.ସି ତରଫରୁ ନିଯୁକ୍ତି ପରୀକ୍ଷାକୁ କମ୍ ସମୟ ସୀମା ଭିତରେ ସାରିବା ପାଇଁ କମ୍ପୁଟର ବେସଡ ଟେଷ୍ଟ ପଦ୍ଧତିକୁ ମଧ୍ୟ ଆପଣା ଗଲା ମାତ୍ର ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳାଫଳ ପ୍ରଦାନ ରେ ଏତେ ବିଳମ୍ବ କଣ ପାଇଁ ହେଲା?

ସରକାର ଯଦିଓ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି, ଏ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି କିଏ, କଣ ପାଇଁ ନିଯୁକ୍ତି ପତ୍ର ବାଣ୍ଟିବା ରେ ବିଳମ୍ବ ପରିଲକ୍ଷିତ ହେଉଛି?

ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ପରୀକ୍ଷାଠୁ ଆରମ୍ଭ କରି ପୋଷ୍ଟିଂ ଯାଏଁ ଯେଉଁ ଅହେତୁକ ବିଳମ୍ବ ହେଉଛି ସେହି ସମୟ ସୀମା ଭିତରେ କୋମଳମତି ଛାତ୍ର ଛାତ୍ରୀ ମାନେ ଯେଉଁ ମାନସିକ ଚାପ ରେ ରହୁଛନ୍ତି ସେଥିପାଇଁ ଦାୟୀ କିଏ?

କଣ ପାଇଁ ନିଯୁକ୍ତି ପରୀକ୍ଷା ର ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଉନାହିଁ?

ଖାଲି ଆଶାୟୀ ପ୍ରାର୍ଥୀ ମାନେ ନୁହେଁ ବରଂ ଲକ୍ଷ ଲକ୍ଷ ପରିବାର ମଧ୍ୟ ପିଲାର ଭବିଷ୍ୟତ କୁ ନେଇ ଚିନ୍ତିତ ରହୁଛନ୍ତି ସେଥିପାଇଁ ଦାୟୀ କିଏ ରହିବେ?

ନିଯୁକ୍ତି ପରୀକ୍ଷା ରେ ଭାଗ ନେଉଥିବା ଆଶାୟୀ ପ୍ରାର୍ଥୀ ମାନେ ମାନସିକ ଚାପ ଗ୍ରସ୍ତ ହେବା ସହ ବିଶାଦ ଗ୍ରସ୍ତ ହେଉଛନ୍ତି, ଏଥିନିମନ୍ତେ ରାଜ୍ୟ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଶିକ୍ଷାବିତ୍ ମାନେ ସରକାର ଙ୍କୁ ନିବେଦନ କରୁଛନ୍ତି।

ଏହା ମଧ୍ୟରେ ନିଯୁକ୍ତି ପତ୍ର ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ, ମହାସଂଘ ଇତି ମଧ୍ୟରେ ଅନେକ ଥର ଉପରିସ୍ଥ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିବା ସତ୍ତ୍ୱେ ପ୍ରକ୍ରିୟା ତ୍ୱରାନ୍ୱିତ ହେବାର କୌଣସି ଦୃଷ୍ଟି ଗୋଚର ହେଉ ନାହିଁ ଏହାକୁ ନେଇ ଗତ ୯ ତାରିଖରେ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମହୋଦୟଙ୍କ ପାଖକୁ ଚିଠି ସଂଖ୍ୟା ୨୫୪ ରେ ଅସୁବିଧା ଉପରେ ଅବଗତ କରାଯାଇଛି। ମହାସଂଘ ଆଶା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥା ଶୀଘ୍ର ନବ ନିଯୁକ୍ତ ଫାର୍ମାସି ଅଫିସର ଓ ବହୁମୂଖୀ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ନବ ନିଯୁକ୍ତ ପ୍ରାର୍ଥୀ ମାନଙ୍କର ଦୀର୍ଘ ଦିନର ଅପେକ୍ଷା ର ଅନ୍ତ କରିବା ହେବେ।

ନିଯୁକ୍ତି ପତ୍ର ମନୋଜ ଆହୁଜା ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା

August 6, 2026
Latest News

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026

ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.