ବାଣପୁର: ଗତକାଲି ପୂର୍ବାହ୍ଣରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଏସ୍.ପି.ଏନ୍.ଏସ୍ ବର୍ମାଙ୍କର କରକମଳରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା ଉଦଘାଟିତ ହୋଇଯାଇଛି। ଏହି ଯାତ୍ରାରେ ଏନ୍ ସିସି କ୍ୟାଡେଟ୍ ରୋଭର ଓ ରେଞ୍ଜର, ରେଡକ୍ରସ୍ .ଏନ୍.ଏସ୍.ଏସ୍. ଓ ତିନିଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ବିଭିନ୍ନ ସ୍ଲୋଗାନ୍ ସହ ମହାବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଗୋବିନ୍ଦପୁର ଛକ, କଲେଜ ଛକ, ମା’ ଭଗବତୀ ମନ୍ଦିର, ଦାଶରଥପୁର ଓ ଅଚ୍ୟୁତରାଜପୁର ଗ୍ରାମ ଦେଇ ଫେରିଥିଲେ।
ଏହି ଯାତ୍ରାର ସଂଚାଳନ ଅଧ୍ୟାପକ ଆଦିତ୍ୟସାରଥି ବେଦମତ୍ତା, ଜୟନ୍ତ ବିହାରୀ, କ୍ୟାପଟେନ୍ ଡଃ. ଗୁରୁକିଶୋର ନାୟକ, ଡଃ ସତ୍ୟାନନ୍ଦ ମହାରଣା, ସୁଜିତ କୁମାର ପାଣ୍ଡେ, ଡଃ ଅରବିନ୍ଦ ନାୟକ, ପୃଥୀରାଜ ପ୍ରଧାନ,ପ୍ରଶାନ୍ତ ହୋତା,ଦିବାକର ସାହୁ,ଅଶ୍ବିନୀ କୁମାର ବାରିକ, ଅଧ୍ୟାପିକା ଡଃ. ଲକ୍ଷ୍ମୀପ୍ରିୟା ପଲାଇ,ଅନିତା ସାହୁ, ବଡବାବୁ ଦୁର୍ଯ୍ୟୋଧନ ସାହୁ ଇତ୍ୟାଦି ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରାକୁ ସାଫଲ୍ୟମଣ୍ଡିତ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ।