Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ: ଜାଣନ୍ତୁ ସେ କିଏ?
ଆଜିର ଖବର

ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ: ଜାଣନ୍ତୁ ସେ କିଏ?

August 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡାକ୍ତରୀ ପାଠ ପଢିବେ ଆଦିବାସୀ ଝିଅ ଚମ୍ପା
ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ: ଜାଣନ୍ତୁ ସେ କିଏ?

ଭୁବନେଶ୍ଵର: ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ। ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ବା ପିଭିଟିଜି ଶ୍ରେଣୀଭୃକ୍ତ ଦିଦାୟୀ ଜନଜାତିର ପ୍ରଥମ ଡାକ୍ତରୀ ଛାତ୍ରୀ ଭାବେ ମାଲକାନଗିରି ଝିଅ ଚମ୍ପା ରାସପେଦା ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍- ୨୦୨୫ ରେ କୃତକାର୍ଯ୍ୟ ହେଲା ପରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପାଠ ପଢିବେ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଆମ୍ଲିବେଡ଼ା ଗ୍ରାମର ଲଚମୁ ରାସପେଦାଙ୍କ ଝିଅ ଚମ୍ପା ରାସପେଦା ପ୍ରଥମ ଦିଦାୟୀ ସମ୍ପ୍ରଦାୟ ଡାକ୍ତର ଭାବେ ନାମ ଅର୍ଜନ କରିଛନ୍ତି।

ଏକ ସାଧାରଣ ଚାଷୀ ପରିବାରର ଚମ୍ପା ଦେଖାଇପାରିଛନ୍ତି ଯେ, ଦୃଢ଼ ନିଷ୍ଠା ବଳରେ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ଦୂର କରାଯାଇପାରିବ। ତାଙ୍କ ପିତା ଜଣେ ନାମମାତ୍ର ଚାଷୀ ଓ ମାଆ ଜଣେ ଗୃହିଣୀ। ସେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ପିଭିଟିଜି ବାଳିକା ଶିକ୍ଷା ବିଦ୍ୟାଳୟ, ନନ୍ଦିନୀଗୁଡ଼ା (ଖୈରପୁଟ ବ୍ଲକ) ରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ସେ ଚିତ୍ରକୋଣ୍ଡାର ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢ଼ା ଜାରି ରଖିଥିଲେ ଏବଂ ୨୦୧୯ ରେ ମାଟ୍ରିକ ପାସ୍ କରିଥିଲେ।

୨୦୨୧ ରେ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପାଲିରୁ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରିବା ପରେ, ଆର୍ଥିକ ଅସୁବିଧା କାରଣରୁ ପଢା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତଥାପି ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ଡାକ୍ତର ହେବାର ସ୍ବପ୍ନକୁ ସେ ମଳିନ ହେବାକୁ ଦେଇନଥିଲେ। ତାଙ୍କର ପୂର୍ବତନ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାଶଙ୍କ ମାର୍ଗଦର୍ଶନରେ ଚମ୍ପା ବାଲେଶ୍ୱରରେ ଡାକ୍ତରୀ କୋଚିଂ ନେଇଥିଲେ। ଓଡ଼ିଶାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ସଫଳତାରେ ନିରନ୍ତର ବୃଦ୍ଧି ଘଟିଛି, ବିଶେଷକରି ମେଡିକାଲ୍ କ୍ଷେତ୍ରରେ ସେମାନଙ୍କ କୃତୀତ୍ବ ପରିଲକ୍ଷିତ ହେଉଛି।

ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟର ଅନେକ ଜନଜାତି ଛାତ୍ରଛାତ୍ରୀ ନିଟ୍ ପାସ୍ କରିଛନ୍ତି ଏବଂ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସିଟ୍ ହାସଲ କରିଛନ୍ତି। ଦିଦାୟୀ ଜନଜାତି, ଓଡ଼ିଶାର ୧୩ ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ। ମାଲକାନଗିରି ଜିଲ୍ଲାର ଦୁର୍ଗମ ଜଙ୍ଗଲ ଅଞ୍ଚଳ, ବିଶେଷକରି କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ବ୍ଲକରେ ଏମାନେ ବାସ କରନ୍ତି। ପାରମ୍ପାରିକ ଭାବରେ କୃଷି, ଜଙ୍ଗଲ ସଂଗ୍ରହ ଏବଂ କ୍ଷୁଦ୍ର ଚାଷ ଉପରେ ନିର୍ଭରଶୀଳ, ଏହି ସମ୍ପ୍ରଦାୟର ଜଣେ ଛାତ୍ରୀ ସମସ୍ତ ପ୍ରତିବନ୍ଧକ ଭାଙ୍ଗି ଡାକ୍ତରୀ ବୃତ୍ତିରେ ପ୍ରବେଶ କରିବା ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।

ଚମ୍ପାଙ୍କ ଏହି ସଫଳତାକୁ ରାଜ୍ୟ ସରକାର ପାଳନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ଛାତ୍ରୀଙ୍କ ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026
Latest News

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.