ଭୁବନେଶ୍ୱର: ଆଜି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭାଗ ତଥା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ।
ଆଜିର ବୈଠକରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ସମ୍ପର୍କରେ ବିଚାରବିମର୍ଶ କରାଯାଇଛି।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଡିଜି ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାରପ୍ରସାର ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ।
ବୈଠକରେ ଗେଲ୍ର ଡିଜିଏମ ଏନ. ମିଶ୍ର, ବିଏସଏନଏଲ ଡିଜିଏମ ଅଲିଭା ମହାପାତ୍ର, ଏସଡିଓ ପ୍ରତାପ ଚନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାମଲ, ସିଏସଆଇଆର-ଆଇଏମଏମଟିର ବରିଷ୍ଠ ବୈଜ୍ଞାନିକ ଡ. ମନୀଷ କୁମାର, ପୂର୍ବତଟ ରେଳବାଇର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଡ. ପୁଷ୍ପଲତା ନେଗି, ଇଗନୋ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ, ଉପନିର୍ଦ୍ଦେଶକ ଡକ୍ଟର ବିମଳ ନନ୍ଦ, ଆକାଶବାଣୀର ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋର, ଭୁବନେଶ୍ୱର ଆଇଆଇଟିର ଜନସମ୍ପର୍କ ଅଧିକାରୀ ଧରିତ୍ରୀ ଶତପଥୀ, ମାଇ ଭାରତର ରୋହିତ ନନ୍ଦେଶ୍ବର, ଏସକେ ମହାପାତ୍ର, ବିଜୟ ଭିଏନ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ, ସିବିସିର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକ ରାୟ, ଦୂରଦର୍ଶନର ସମାଚାର ସମ୍ପାଦକ ସୁଦର୍ଶନ ସାହୁ, କାର୍ଯ୍ୟକ୍ରମ ପ୍ରଭାଗ ମୁଖ୍ୟ ପ୍ରଦୀପ୍ତ କୁମାର ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ପ୍ରଭାଗ ମୁଖ୍ୟ ତଥା ଉପନିର୍ଦ୍ଦେଶକ ଡକ୍ଟର ଅଭିଷେକ ମିଶ୍ରା ପରିଚାଳନା କରିଥିବା ବେଳେ ପିଆଇବିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।