ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୋର୍ଦ୍ଧା ଜିଲ୍ଲାର ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କରିଛନ୍ତି। ରାଜଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ରୁତୁରାଜଙ୍କୁ ଏସବୁ ଖାଦ୍ୟଝୁଡ଼ି ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ ଦ୍ୱାରା ରାଜ୍ୟପାଳଙ୍କୁ ରାଜ୍ୟର ଯକ୍ଷ୍ମା ସ୍ଥିତି ଏବଂ ସରକାର ଗ୍ରହଣ କରିଥିବା ବହୁମୁଖୀ ପ୍ରୟାସ ସଂପର୍କରେ ଅବଗତ କରାଯାଇଛି। ସ୍ୱାସ୍ଥ୍ୟବିଭାଗ ସଚିବ ଅଶ୍ୱଥି ଏସ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।