ଭୁବନେଶ୍ୱର : ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତିନି ଦିନିଆ ଭାରତ ପୋଏଲ୍ଟ୍ରି ଏକ୍ସପୋ ଆଜି ଉଦ୍ଯାପିତ ହୋଇଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ସଫଳତାର ସହ ଆୟୋଜିତ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର କୁକୁଡା ଚାଷୀ, କୁକୁଡା ଚାଷ ସହିତ ଜଡିତ ସଂସ୍ଥା ଅଂଶଗ୍ରହଣ କରିଥିଲେ । ବିଶେଷକରି କୁକୁଡାଖାଦ୍ୟ, ଔଷଧ, କୁକୁଡା ଫାର୍ମ ପାଇଁ ସାଜ ସରଞ୍ଜାମ ପ୍ରସ୍ତୁତ କରୁଥିବା ଶିଳ୍ପସଂସ୍ଥା ଯୋଗ ଦେଇଥିଲେ ।
ଆଜି ଉଦ୍ଯାପନ ଉତ୍ସବରେ ପ୍ରଫେସର ଏ ଜି ରାଓଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବିର୍ଦ୍ଧିତ ପିପିଲି ଅଞ୍ଚଳର ସଫଳ କୁକୁଡା ଚାଷୀ ନାରାୟଣ ସ୍ୱାଇଁ ଓ ଅନ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ଏହି ଏକ୍ସପୋରେ ଯୋଗ ଦେଇଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଏହି ଅବସରରେ କୁକୁଡା ଚାଷୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଜାତୀୟ ସମ୍ମିଳନୀରେ ପୋଏଲ୍ଟ୍ରି ସଂଘ, ଲେୟାର ସଂଘ, ବ୍ରଏଲର ସଂଘ ଏବଂ କୁକୁଡା ଚାଷୀ ସଂଘ ଡକ୍ଟର ଏଚ ଏମ ଦାଶ ନିଜର ଉଦଯାପନୀ ଅଭିଭାଷଣରେ ଭୁରି ଭୁରି ପ୍ରଶଂସା କରିଥିଲେ ।
ପ୍ରଥମଥର ପାଇଁ ଓଡିଶାରେ ଆୟୋଜିତ ଏହି ଜାତୀୟ ସ୍ତରର ସମ୍ମିଳନୀ ଓଡିଶାର କୁକୁଡା ଚାଷୀ ଓ ଉଦ୍ୟୋଗୀମାନଙ୍କୁ ବେଶ୍ ସହାୟକ ହେବ ବୋଲି ମତ ଦେବା ସହିତ ଆଗାମୀ ଦିନରେ ଅନୁରୂପ ସମ୍ମିଳନୀ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ଓଡିଶା କୁକୁଡା ବ୍ୟବସାୟୀ ସଂଘ ପକ୍ଷରୁ ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
IIM Sambalpur Inaugurates First-Ever Batch of B.S. Programme