Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ
ଆଜିର ଖବର

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ
ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ
ଭୁବନେଶ୍ୱର: ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ବିଦ୍ୟାଳୟ ସ୍ତରରେ ନୂତନ ଭାବେ ଲାଗୁ କରାଯାଉଥିବା ୟୁଏଏସ୍ ପୋର୍ଟାଲ୍ ବା ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ବ୍ୟବସ୍ଥାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତୀବ୍ର ବିରୋଧ କରୁଛି। ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଯଥା- ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ମୋବାଇଲ୍‌, ଇଣ୍ଟରନେଟ୍‌, କମ୍ପ୍ୟୁଟର ସୁବିଧା ଓ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରିବାକୁ ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
ୟୁଏଏସ୍ ବ୍ୟବସ୍ଥା ଶିକ୍ଷକମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ପରାଧୀନ ଗୋତିଶ୍ରମିକ ଭଳି ହୀନମନ୍ୟତା ସୃଷ୍ଟି କରିବ। ସମସ୍ତ ବିଭାଗର କର୍ମଚାରୀମାନଙ୍କ ପାଇଁ ଏ ବ୍ୟବସ୍ଥା ଲାଗୁ କରାନଯାଇ କେବଳ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାଦ୍ୱାରା ଏହା, ଶିକ୍ଷକମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋବୃତ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ସୂଚନାଥାଉକି, ରାଜ୍ୟସରକାର ବିଦ୍ୟାଳୟ ସ୍ତରରେ ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍ ଲାଗୁ କରିଛନ୍ତି। ଏହା ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦୈନିକ ଉପସ୍ଥାନ ଏକ ନିର୍ଦ୍ଦିଷ୍ଟ ସମୟରେ ପକାଇବେ ବୋଲି ଗଣଶିକ୍ଷା ବିଭାଗ ତରଫରୁ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠେ ଅଧିକାଂଶ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ସୁବିଧା ନାହିଁ। ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାର ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ପାଇଁ ମୋବାଇଲ୍ କିମ୍ବା ଟାବଲେଟ୍ ଯୋଗାଇ ଦେଇନାହାନ୍ତି। ଉପାନ୍ତ ଅଞ୍ଚଳରେ ମୋବାଇଲ୍ ନେଟ୍‌ୱାର୍କ ନଥିବାରୁ ଇଣ୍ଟରନେଟ୍ କାର୍ଯ୍ୟକାରୀ କରିବା ଦୂରୁହ ବ୍ୟାପାର।
ସେହିପରି ବିଦ୍ୟାଳୟ ମାନଙ୍କରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନାହାଁନ୍ତି। ବହୁ ଶିକ୍ଷକ ପଦବୀ ଶୂନ୍ୟ ପଡ଼ିଛି। ବିଦ୍ୟାଳୟ ମାନଙ୍କରେ ଉପଯୁକ୍ତ ସାଧନ ବା ଡିଭାଇସ୍ ନାହିଁ କି ଦକ୍ଷ ପରିଚାଳକ ମଧ୍ୟ ନିଯୁକ୍ତ ହୋଇ ନାହାଁନ୍ତି।  ଏହା ସହିତ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ଏମ୍‌.ଡି.ଏମ୍‌. ଭଳି ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ସରକାର ବାରମ୍ବାର ନିୟୋଜନ କରୁଛନ୍ତି। ଏଥିରୁ ସେମାନଙ୍କୁ ନିବୃତ୍ତ କରାଯାଉ।
ଇଣ୍ଟରନେଟ୍ ସୁବିଧା ନଯୋଗାଇ କିମ୍ବା ସେଥିନିମନ୍ତେ ଆବଶ୍ୟକ ଆର୍ଥିକ ବ୍ୟବସ୍ଥା ନକରି ଏବଂ ସର୍ବୋପରି ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ନକରି ଏହି ବ୍ୟବସ୍ଥା ଲାଗୁ କରିବାଦ୍ୱାରା ଶିକ୍ଷକମାନେ ମାନସିକ ସ୍ତରରେ ଚାପଗ୍ରସ୍ତ ହେବେ ଓ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ କୁହାଯାଇଛି।
ସମସ୍ତ ଶିକ୍ଷକ ସଂଗଠନମାନଙ୍କ ସହିତ ବିଚାର ବିମର୍ଷ ଓ ଆଲୋଚନା ନକରି ଏହାକୁ କାର୍ଯ୍ୟକାରୀ କରିବାର ପ୍ରୟାସରୁ ସରକାର କ୍ଷାନ୍ତ ହୁଅନ୍ତୁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଯେଉଁ ମସୁଧା ଚଳାଇଛନ୍ତି ସେଥିପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାରତମ୍ୟ ଦୂର କରନ୍ତୁ ଓ ସମସ୍ତଙ୍କୁ ସମାନ ସୁବିଧା ଯୋଗାଇବା ସହ ସମସ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରି ଏହାକୁ ଲାଗୁ କରନ୍ତୁ।
ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟିକରି ସବୁ ବିଦ୍ୟାଳୟ ଗୁଡ଼ିକରେ ବିଜୁଳି ବ୍ୟବସ୍ଥା, ଇଣ୍ଟରନେଟ୍ ପ୍ୟାକେଜ୍ ଏବଂ ସମସ୍ତ ବିଦ୍ୟାଳୟ ଗୁଡ଼ିକର ସରକାରୀକରଣ କରି ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରାଗଲେ ଏହା ଫଳପ୍ରଦ ହେବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
ଓଷ୍ଟାର ବିରୋଧ ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଦେଲେ କଡା ଜବାବ, କହିଲେ…

September 23, 2025

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025
Latest News

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଦେଲେ କଡା ଜବାବ, କହିଲେ…

September 23, 2025

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.