Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁ.ଏ.ଏସ୍‌. ଲାଗୁ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ: ସମନ୍ୱୟ ସମିତି
ଆଜିର ଖବର

ୟୁ.ଏ.ଏସ୍‌. ଲାଗୁ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉ: ସମନ୍ୱୟ ସମିତି

September 25, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମନ୍ୱୟ ସମିତି
ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

ଭୁବନେଶ୍ୱର: ଆବଶ୍ୟକ ଭିତ୍ତିଭୂମି ନ ଯୋଗାଇ ବିଦ୍ୟାଳୟ ସ୍ତରରେ ନୂତନ ଭାବେ ଲାଗୁ କରାଯାଉଥିବା ୟୁଏଏସ୍ ପୋର୍ଟାଲ୍ ବା ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ବ୍ୟବସ୍ଥାକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଘୋର ବିରୋଧ କରୁଛି। ବିଦ୍ୟାଳୟଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଯଥା- ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ମୋବାଇଲ୍‌, ଇଣ୍ଟରନେଟ୍‌, କମ୍ପ୍ୟୁଟର ସୁବିଧା ଓ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରିବାକୁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ୟୁଏଏସ୍ ବ୍ୟବସ୍ଥା ଶିକ୍ଷକମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହିତ ଶିକ୍ଷକମାନଙ୍କ ମଧ୍ୟରେ ଏକ ପରାଧୀନ ଗୋତିଶ୍ରମିକ ଭଳି ହୀନମନ୍ୟତା ସୃଷ୍ଟି କରିବ। ସମସ୍ତ ବିଭାଗର କର୍ମଚାରୀମାନଙ୍କ ପାଇଁ ଏ ବ୍ୟବସ୍ଥା ଲାଗୁ କରାନଯାଇ କେବଳ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାଦ୍ୱାରା ଏହା, ଶିକ୍ଷକମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋବୃତ୍ତି ବୋଲି ସମୟନ୍ୱ ସମିତି ପକ୍ଷରୁ କୁହାଯାଇଛି।

ସୂଚନାଥାଉକି, ରାଜ୍ୟସରକାର ବିଦ୍ୟାଳୟ ସ୍ତରରେ ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍ ଲାଗୁ କରିଛନ୍ତି। ଏହା ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦୈନିକ ଉପସ୍ଥାନ ଏକ ନିର୍ଦ୍ଦିଷ୍ଟ ସମୟରେ ପକାଇବେ ବୋଲି ଗଣଶିକ୍ଷା ବିଭାଗ ତରଫରୁ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠେ ଅଧିକାଂଶ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁବିଧା ନାହିଁ। ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାର ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ ପାଇଁ ମୋବାଇଲ୍‌, ଟାବଲେଟ୍ ଭଳି କୌଣସି ଭ୍ରାମ୍ୟ ଉପକରଣ ଯୋଗାଇ ଦେଇନାହାନ୍ତି।

ଉପାନ୍ତ ଅଞ୍ଚଳରେ ମୋବାଇଲ୍ ନେଟ୍‌ୱାର୍କ ନଥିବାରୁ ଇଣ୍ଟରନେଟ୍ କାର୍ଯ୍ୟକାରୀ କରିବା ଦୂରୁହ ବ୍ୟାପାର। ସେହିପରି ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନାହାଁନ୍ତି। ବହୁ ଶିକ୍ଷକ ପଦବୀ ଶୂନ୍ୟ ପଡ଼ିଛି। ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସାଧନ ବା ଡିଭାଇସ୍ ନାହିଁ କି ଦକ୍ଷ ପରିଚାଳକ ମଧ୍ୟ ନିଯୁକ୍ତ ହୋଇ ନାହାଁନ୍ତି।  ଏହା ସହିତ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ଏମ୍‌.ଡି.ଏମ୍‌. ଭଳି ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ସରକାର ବାରମ୍ବାର ନିୟୋଜନ କରୁଛନ୍ତି।

ଶିକ୍ଷକମାନଙ୍କୁ ପ୍ରଥମେ ଏହିସବୁ ଅଣଶୈକ୍ଷିକ କାର୍ଯ୍ୟରୁ ନିବୃତ୍ତ କରାଯାଉ। ଇଣ୍ଟରନେଟ୍ ସୁବିଧା ନଯୋଗାଇ କିମ୍ବା ସେଥିନିମନ୍ତେ ଆବଶ୍ୟକ ଆର୍ଥିକ ବ୍ୟବସ୍ଥା ନକରି ଏବଂ ସର୍ବୋପରି ଶିକ୍ଷକମାନଙ୍କର ସମସ୍ୟା ସମାଧାନ ନକରି ଏହି ବ୍ୟବସ୍ଥା ଲାଗୁ କରିବାଦ୍ୱାରା ଶିକ୍ଷକମାନେ ମାନସିକ ସ୍ତରରେ ଚାପଗ୍ରସ୍ତ ହେବେ ଓ ଶିକ୍ଷାଦାନ ବାଧାପ୍ରାପ୍ତ ହେବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ କୁହାଯାଇଛି। ଓଷ୍ଟା, ଅଲୋଷ୍ଟା, ସଂସ୍କୃତ ଟେଲ୍‌, ମଦ୍ରାଶା, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ପ୍ରାଇମେରୀ ଆସୋସିଏସନ୍ ଅଦି ଶିକ୍ଷକସଂଗଠନ ମାନଙ୍କ ସହିତ ବିଚାର ବିମର୍ଷ ଓ ଆଲୋଚନା ନକରି ଏହାକୁ କାର୍ଯ୍ୟକାରୀ କରିବାର ପ୍ରୟାସରୁ ସରକାର କ୍ଷାନ୍ତ ହୁଅନ୍ତୁ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଯେଉଁ ମସୁଧା ଚଳାଇଛନ୍ତି ସେଥିପାଇଁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ଅନ୍ୟାନ୍ୟ ବର୍ଗର କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରୁଥିଲା ବେଳେ ଶିକ୍ଷକମାନେ ସେହିସବୁ ସୁବିଧାରୁ ବଞ୍ଚିତ ରହିଛନ୍ତି। ୟୁଏଏସ୍ ଯୋଜନା କାର୍ଯ୍ୟକାରୀ କରାଗଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ। ସରକାର ପ୍ରଥମେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାରତମ୍ୟ ଦୂର କରନ୍ତୁ ଓ ସମସ୍ତଙ୍କୁ ସମାନ ସୁବିଧା ଯୋଗାଇବା ସହ ସମସ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରି ଏହାକୁ ଲାଗୁ କରନ୍ତୁ।

ରାଜ୍ୟସରକାର ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟିକରି ସବୁ ବିଦ୍ୟାଳୟ ଗୁଡ଼ିକରେ ବିଜୁଳି ବ୍ୟବସ୍ଥା, ଇଣ୍ଟରନେଟ୍ ପ୍ୟାକେଜ୍ ଏବଂ ସମସ୍ତ ବିଦ୍ୟାଳୟ ଗୁଡ଼ିକର ସରକାରୀକରଣ କରି ୟୁଏଏସ୍ ପୋର୍ଟାଲ୍ ବ୍ୟବସ୍ଥା ଲାଗୁ କରାଗଲେ ଏହା ଫଳପ୍ରଦ ହେବ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ରମାକାନ୍ତ ଲେଙ୍କା, ପ୍ରସନ୍ନ ତ୍ରିପାଠୀ, ଗଦାଧର ଶତପଥି ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ୟୁନିଫାଏଡ଼୍ ଅଟୋମେସନ ସିଷ୍ଟମ୍‌ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.