ନୂଆଦିଲ୍ଲୀ: ଆମ ଦେଶରେ ଅଛି ଏପରି ଗାଁ, ଯେଉଁ ଗାଁର ପ୍ରତି ପରିବାରରୁ ଜଣେ ନିଶ୍ଚିତ ଭାବେ ଭାରତର ସେନା ବାହିନୀରେ ଯୋଗ ଦେଇଛନ୍ତି। ସେଥିପାଇଁ ଏହି ଗାଁକୁ କୁହାଯାଇଛି ସୈନିକ ଗାଁ। ଏବେ ନୁହେଁ ବହୁ ବର୍ଷରୁ ଏହି ଗାଁ ର ଯୁବକ ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି। ଆଉ ଅନେକ ମଧ୍ୟ ସେ ସମୟରେ ବିଶ୍ବ ଯୁଦ୍ଧରେ ମଧ୍ୟ ପ୍ରାଣ ହରାଇଛନ୍ତି।
ଏପରି ଗୋଟିଏ ଐତିହାସିକ ଗାଁ ହେଉଛି ଉତ୍ତର ପ୍ରଦେଶ ଗାଜିପୁରରୁ 40 କିଲୋମିଟର ଦୂରରେ ଥିବା ଗାହମାର ଗ୍ରାମ। ଏହି ଗ୍ରାମକୁ ଲାଗି ରହିଛି ଗୋଟିଏ ଛୋଟ ଷ୍ଟେସନ ଯାହା ଦୀନଦୟାଲ ଉପଧ୍ୟାୟ ଜଙ୍କସନ ବା ମୋଗଲସରାଇ ଜଙ୍କସନ ର ଅଳ୍ପ ଦୂରରେ ରହିଛି। ତେବେ ଏହି ଗ୍ରାମ କେବଳ ସୈନିକ ପାଇଁ ନୁହେଁ ଏହା ବର୍ତ୍ତମାନ ଏସିଆର ଏକ ବଡ ଗାଁ ଭାବେ ମାନ୍ୟତା ପାଇଛି। କାରଣ ଏହି ଗାଁ ର ବର୍ତ୍ତମାନ ଲୋକ ସଂଖ୍ୟା ହେଉଛି ପ୍ରାୟ ଦେଢ ଲକ୍ଷ।
ଆଉ ଏହି ଗାଁର ପରିସୀମା ହେଉଛି ପ୍ରାୟ 22 ବର୍ଗ କିଲୋମିଟର। ଏହା 22 ଟି ତାଲୁକାରେ ବିଭକ୍ତ ହୋଇଛି। ଏତେ ସଂଖ୍ୟକ ଲୋକ ଥିବା ବେଳେ ଏହି ଗାଁରୁ ବହୁ ସଂଖ୍ୟାରେ ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ହିସାବ ଅନୁସାରେ ଏହି ଗ୍ରାମରେ ବର୍ତ୍ତମାନ 15000 ପୂର୍ବତନ ସାମରିକ କର୍ମଚାରୀ ଅଛନ୍ତି। ସେହିପରି ବର୍ତ୍ତମାନ ପ୍ରାୟ 12000 ଯୁବ ସୈନ୍ୟବାହିନୀରେ କାର୍ଯ୍ୟ କରୁଛନ୍ତି।
PM Modi in Odisha: Unveils ₹50,000 Cr Projects in Jharsuguda