Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Bathukamma Festival: ୭ ଟନ ଫୁଲରେ ନିର୍ମାଣ ହେଲା ତୋରଣ, ମିଳିଲା ଦୁଇଟି ବିଶ୍ବ ରେକର୍ଡ
ଆଜିର ଖବର

Bathukamma Festival: ୭ ଟନ ଫୁଲରେ ନିର୍ମାଣ ହେଲା ତୋରଣ, ମିଳିଲା ଦୁଇଟି ବିଶ୍ବ ରେକର୍ଡ

September 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଥୁକାମ୍ମା ମହୋତ୍ସବ
ବାଥୁକାମ୍ମା ମହୋତ୍ସବ, ୭ ଟନ ଫୁଲରେ ନିର୍ମାଣ ହେଲା ତୋରଣ, ମିଳିଲା ଦୁଇଟି ବିଶ୍ବ ରେକର୍ଡ

Bathukamma Festival: ତେଲେଙ୍ଗାନାରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବାଥୁକାମ୍ମା ମହୋତ୍ସବର ସମାରୋହ ଗତକାଲି ସନ୍ଧ୍ୟାରେ ଦୁଇଟି ନୂତନ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ହାଇଦ୍ରାବାଦର ସାରୁରନଗର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାର ସର୍ବବୃହତ ବାଥୁକାମ୍ମା ପୁଷ୍ପ ସାଜସଜ୍ଜା ପାଇଁ ଦୁଇଟି ବିଶ୍ୱ ରେକର୍ଡ ପାଇଛି।

ପ୍ରାୟ ସାତ ଟନ୍ ଫୁଲ ଏବଂ ୬୩.୧୧ ଫୁଟ ଉଚ୍ଚତା ଏବଂ ୧୧ ଫୁଟ ଚଉଡାରେ ନିର୍ମାଣ ହୋଇଛି ଏହାର ତୋରଣ। ବାଥୁକାମ୍ମା ନିର୍ମାଣରେ ପ୍ରାୟ ୩୦୦ ଜଣ ଶ୍ରମିକ କାର୍ଯ୍ୟ କରିଥିଲେ। ସେମାନେ ଧାତୁ ବାଉଁଶ ଏବଂ ଫୁଲ ସାହାଯ୍ୟରେ ଏହାକୁ ତିଆରି କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ ହେବାକୁ ୭୨ ଘଣ୍ଟା ସମୟ ଲାଗିଥିଲା।

ଏହାପରେ ୧୩୫୪ ଜଣ ମହିଳାଙ୍କ ଦ୍ବାରା ଫୁଲରେ ସଜାଯାଇଥିଲା। ଏତେ ସଂଖ୍ୟକ ମହିଳା ଏକ ସୁନ୍ଦର କାର‌୍ୟ୍ୟ ପାଇଁ ନିୟୋଜିତ ହୋଇଥିବାରୁ ଏହା ଦ୍ୱିତୀୟ ରେକର୍ଡ ହାସଲ କରିଛି। ଗିନିଜ୍ ବିଶ୍ୱ ରେକର୍ଡର ପ୍ରତିନିଧିମାନେ ପ୍ରଦର୍ଶନକୁ ବିଶ୍ୱ ରେକର୍ଡ ଭାବରେ ଘୋଷଣା କରିଥିଲେ ଏବଂ ରାଜ୍ୟ ପର‌୍ୟ୍ୟଟନ ମନ୍ତ୍ରୀ କୃଷ୍ଣା ରାଓ ଏବଂ ମହିଳା ବିକାଶ ମନ୍ତ୍ରୀ ଅନସୂୟା ସିତାକ୍କାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମିସ୍ ୱାର୍ଲ୍ଡ ୨୦୨୫ ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଏବଂ ମିସ୍ ୱାର୍ଲ୍ଡ ଦଳ ଏବଂ ପ୍ରତିଯୋଗିତାର ଅନ୍ୟ ଫାଇନାଲିଷ୍ଟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ବାଥୁକାମ୍ମା ହେଉଛି ତେଲେଙ୍ଗାନା ରାଜ୍ୟର ଏକ ପ୍ରସିଦ୍ଧ ଫୁଲ ଉତ୍ସବ। ଏହା ସାଧାରଣତଃ ଏହି ନବରାତ୍ରୀ ସମୟରେ ପାଳନ କରାଯାଇଥାଏ। ଏହି ଉତ୍ସବ ମା ପାର୍ବତୀଙ୍କୁ ସମର୍ପିତ ହୋଇଥାଏ। ସେଥିପାଇଁ ଏହାକୁ କେବଳ ମହିଳାମାନେ ପାଳନ କରିଥାନ୍ତି। ଏକ ବିରାଟ ତୋରଣରେ ଟନ ଟନ ଫୁଲରେ ସଜାଯାଇ ଏହା ପାଳନ କରାଯାଇଥାଏ। ଏହି ସମୟରେ ସୁସ୍ବାଦୁ ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ।

ଏହି ଉତ୍ସବ ପାଇଁ ଏକ ସ୍ବତନ୍ତ୍ର ପାରଂପାରିକ ସଂଗୀତ ରହିଛି। ସେହି ସଂଗୀତର ତାଳେତାଳେ ମହିଳାମାନେ ଏହି ତୋରଣ ଚାରିପଟେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଏହାପରେ ସେହି ଫୁଲ ସଜାକୁ ପାଣିରେ ବିସର୍ଜନ କରାଯାଇଥାଏ।

Bihar Gets 7 New Trains, Including 3 Amrit Bharat Express

Bathukamma Festival ଗିନିଜ୍ ବିଶ୍ୱ ରେକର୍ଡ ତେଲେଙ୍ଗାନା ବାଥୁକାମ୍ମା ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025

ବିହାର ନିର୍ବାଚନ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

November 14, 2025

ବିହାର ନିର୍ବାଚନ ସମେତ ଆଠଟି ଆସନରେ ଉପନିର୍ବାଚନର ଫଳାଫଳ: ଜାଣନ୍ତୁ କଂଗ୍ରେସର ସ୍ଥିତି

November 14, 2025
Latest News

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025

ବିହାର ନିର୍ବାଚନ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

November 14, 2025

ବିପୁଳ ବିଜୟ ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.