ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (DA) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (DR) ତିନି ପ୍ରତିଶତ ମଞ୍ଜୁର କରିଛନ୍ତି। ଆଜି ନୂଆଦିଲ୍ଲୀରେ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହା ପ୍ରାୟ ୪୯.୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭ ଲକ୍ଷ ପେନସନଭୋଗୀଙ୍କୁ ଲାଭ ହେବ। ସେ କହିଛନ୍ତି ଯେ ଏହା ଚଳିତ ବର୍ଷ ୧ ଜୁଲାଇରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ।