ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ ଦଳ ତରଫରୁ ଚାଲିଛି ଅଙ୍କକଷା। କାରଣ ବିଜେପି ସରକାରରେ ଥାଇ ଯଦି ଉପନିର୍ବାଚନ ହାରିଯାଏ ତେବେ କଥା ସରିଲା। ସେଥିପାଇଁ କିଏ ଭଲ ପ୍ରାର୍ଥୀ ହେବ ସେ ନେଇ ବିଜେପିର ବଡବଡ ନେତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି।
ବର୍ତ୍ତମାନ କଂଗ୍ରେସ ସେଠାରେ ଜଣେ ଟାଣୁଆ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ। ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତା। ତେବେ କେତେକ ଅସମର୍ଥିତ ସୁତ୍ର ଅନୁସାରେ ଦଳ ପୁଣି ଥରେ କୁଆଡେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଉପରେ ଭରସା କରିବ।
ଗତ ନିର୍ବାଚନରେ ବସନ୍ତ ପଣ୍ଡାଙ୍କୁ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଦଳ ପୁଣିଥରେ ତାଙ୍କ ଉପରେ ଭରସା କରିପାରୁ ନାହିଁ। ଫଳରେ ଦଳ ପୁଣିଥରେ ବସନ୍ତ ପଣ୍ଡାଙ୍କୁ ରାଜନୈତିକ ରଣକ୍ଷେତ୍ରକୁ ଆଣିବ ବୋଲି ଅନୁମାନ କରାଯାଉଛି।
ତେବେ ଗତ ନିର୍ବାଚନ ବେଳେ ସେ ସକ୍ରିୟ ରାଜନୀତି ଆଉ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଫଳରେ ବସନ୍ତା ପଣ୍ଡା ବର୍ତ୍ତମାନ ପରିସ୍ଥିତିରେ କଣ କରିବେ ସେ ନେଇ ଦ୍ବନ୍ଦ ଦେଖାଦେଇଛି।
SBI General Insurance Launches ‘Health Alpha’ Post-GST Reform