ବାଲୁଗାଁ: ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର। ସାଙ୍ଗରେ ଥିଲେ ପତ୍ନୀ। ପତ୍ନୀଙ୍କ ସହିତ ବାଇକ ଯୋଗେ ସୁନାଖଳାରୁ ବାଲୁଗାଁ ଆସୁଥିବା ବେଳେ ଘଟିଲା ଦୁର୍ଘଟଣା। ଗୁରୁତର ଭାବେ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ବାଲୁଗାଁ ମେଡିକାଲ ଭର୍ତ୍ତି କରାଯଇଥିଲା। ପରେ ଅଧିକ ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।