ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରେ ମିଶିବେ ଜୟ ଢୋଲକିଆ। ନୂଆପଡା ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହେବେ। ଏ ନେଇ ବିଜେପି କାର୍ଯ୍ୟାଳୟରୁ ସଙ୍କେତ ମିଳି ସାରିଲାଣି। ଜୟ ଢୋଲକିଆ ଭୁବନେଶ୍ବରରେ ମଧ୍ୟ ପହଞ୍ଚିସାରିଲେଣି।
ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର। ସେ ନୂଆପଡାରେ ବିଜେଡି ବିଧାୟକ ଥିଲେ। ତାଙ୍କର ପରଲୋକରେ ସେଠାରେ ବର୍ତ୍ତମାନ ଉପନିର୍ବାଚନ ହେଉଛି।
ପୂର୍ବରୁ ଦ ସମୀକ୍ଷା ତରଫରୁ ଏ ନେଇ ଖବର ପ୍ରସାରଣ କରାଯାଇଥିଲା। ତାହା ଥିଲା “ ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!”