ଭୁବନେଶ୍ବର: ଆଜି ବିଜେପିରେ ଜୟ ଢୋଲକିଆ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି। ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି।
ଏଥିରେ ବର୍ତ୍ତମାନ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ସେଠାରେ କିଏ ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ହେବ। ପୂର୍ବରୁ ପ୍ରତାପ ଜେନା କହିଛନ୍ତି ଯେ, ଜୟ ଢୋଲକିଆ ଏପରି କରିବେ ବୋଲି ଜଣାଥିଲା। ସେ ବିଜେଡି ଛାଡି ଗଲେ ମଧ୍ୟ ସେଥିରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ଯଦି ଜୟ ବିଜେପି ଯିବେ ବୋଲି ବିଜେଡି ଜାଣିଥିଲା ତେବେ ଦଳ ନିଶ୍ଚିତ ପ୍ଲାନ-ବି ପ୍ରସ୍ତୁତ କରି ରଖିଛି।
ଖୁବ ଶିଘ୍ର ବିଜେଡି ସୁପ୍ରିମୋ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।