ଭୁବନେଶ୍ବର: ନିଜ ପ୍ରାର୍ଥୀ ବିଜେପି ଯିବା ପରେ ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଛି ବିଜେଡି। ଜୟ ଢୋଲକିଆ ବିଜେପିରେ ଯୋଗଦେବା ପରେ ବର୍ତ୍ତମାନ ବିଜେଡିର ପ୍ରାର୍ଥୀ କିଏ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ଏପରି କ୍ଷେତ୍ରରେ ଦଳ ଏକ ନୂଆ ପଦ୍ଧତି ଆପଣେଇଛି। ତାହା ହେଲା ଉପନିର୍ବାଚନରେ କିଏ ଉପଯୁକ୍ତ ପ୍ରାର୍ଥୀ ହେବ ସେ ନେଇ ଦଳର ଏକ ଟିମ ନୂଆପଡା ଗସ୍ତ କରିଛନ୍ତି। ସେଠାରେ କର୍ମିମାନଙ୍କ ସହିତ ଆଲୋଚନା କରି ଏହି ଟିମ ନିଷ୍ପତି ନେବ।
ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ ନୂଆପଡାରେ ପହଞ୍ଚିଛନ୍ତି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ସଂଜୟ ଦାସବର୍ମା, ଅତନୁସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଏବଂ ଟୁକୁନି ସାହୁ ପ୍ରମୁଖ ଅଛନ୍ତି। ସେମାନେ ଦୁଇଦିନ ଧରି ସେଠାରେ ରହି ପ୍ରାର୍ଥୀ ଚୟନ କରିବେ। ଏହାପରେ ସେମାନେ ଭୁବନେଶ୍ବର ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଲିକା ଦେବେ ବୋଲି ଜଣାପଡିଛି।
INTACH, Matriarch Release Report on Paralakhemundi Palace Durbar Hall in Odisha