ଭୁବନେଶ୍ଵର: ସମାଜରେ କ୍ରମାଗତ ଭାବେରେ ବଢ଼ି ଚାଲିଛି ଶିଶୁ ମାନଙ୍କ ଉପରେ ଅତ୍ୟାଚାର। ଯୌନ ନିର୍ଯ୍ୟାତନା ଭଳି ପାଶବିକ ମାନସିକତା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। “ପରୀ” ଏକ ନିରୀହ, କୋମଳ ଫୁଲ କଢି, ଅନେକ ସ୍ୱପ୍ନ ଥିଲା ବାପାମାଆଙ୍କର। ମାତ୍ର ଅକାଳରେ ଝରି ପଡିଲା କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ। ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଇଛି ବିଚରା ବାପାମାଆଙ୍କର। ହେଲେ ପରିଶେଷରେ କ’ଣ ପରୀ କୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀର କାହାଣୀ ଗତିଶୀଳ।
କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି। ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ। ସଂଳାପ ଡଃ ରଜନୀ ରଞ୍ଜନ ରଚନା କରିଛନ୍ତି ଏବଂ ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ପ୍ରମୋଦ ପରିଡା ରଚନା କରିଥିବା ଗୀତଗୁଡିକୁ ଗାୟକ ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ ସୁନା, ଡକ୍ଟର ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି। ଧ୍ରୁବନନ୍ଦ ପଣ୍ଡା (ଲିଟୁ) ଡିଓପି ରହିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି କୁମାର ସାହୁ।
କୋରିଓଗ୍ରାଫର ଏସ୍ କେ ମୁରଲୀଧରନ୍ ଏବଂ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି।
ଏହି ଫିଲ୍ମରେ ବହୁ ଅଭିଜ୍ଞ ଆର୍ଟିଷ୍ଟ ଯଥା- ଜ୍ୟୋତି, ଅନୁରାଧା ପାଣିଗ୍ରାହୀ, ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ପପି ସାନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହା ପ୍ରମୁଖ ଅଭିନୟ କରିଛନ୍ତି।