ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ- ୩.୦ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ପୋଖରୀପୁଟ ଏବଂ ବିଏମ୍.ୟୁ ମୁଜଲ ୟୁନିଭରସିଟି ଗୁରୁଗାଓଁ ନୂଆଦିଲ୍ଲୀ ମିଳିତ ଭାବେ ଆୟୋଜନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଡିଏଭି ଜୋନ୍ ଏଫ୍.ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଉଦ୍.ଘାଟନ କରି ଆଧୁନିକ ଯୁଗରେ ଏ.ଆଇର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଏମ୍.ୟୁ ୟୁନିଭରସିଟିର ଦୁଇ ଜଣ ପ୍ରଫେସର ଡକ୍ଟର ଅତୁଲ ମିଶ୍ର ଏବଂ ଡକ୍ଟର ଯୋଗେଶ କୁମାର ଯୋଗଦେଇ ପିଲାମାନଙ୍କୁ ଏ.ଆଇ, ଏମ୍.ଏଲ୍, ଡି.ଏଲ୍ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଶିକ୍ଷାନୁଷ୍ଠାନ ଭୁବନେଶ୍ୱର, କଟକ, ଭଦ୍ରକ, ପୁରୀ ସମେତ ବି.ଜେ.ଇ.ଏମ୍, କିଟ୍, ସାଇ ଏବଂ ଜାଭିୟର ଭଳି ୨୦ ରୁ ଅଧିକ ବିଦ୍ୟାଳୟର ଛାତ୍ରାଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଡିଏଭି ଚନ୍ଦ୍ରଶେଖରପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ , କେଭି- ୬, ଡିଏଭି ସିଡିଏ କଟକ, ସାଇ ଇଣ୍ଟରନାସନାଲ୍ ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
କାର୍ଯ୍ୟକ୍ରମକୁ ବିଏମ୍.ୟୁ ୟୁନିଭରିସିଟିର ଉପଦେଷ୍ଟା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ସମେତ ଡିଏଭି ପୋଖରୀପୁଟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ଗୀତାଞ୍ଚଳି ହୋତା ପରିଚାଳନା କରିଥିଲେ। ଏଥିରେ କମ୍ପ୍ୟୁଟର ସାଇନ୍ସ ଶିକ୍ଷକ ପି. ଏସ୍. ରାଓ, ଶିକ୍ଷୟିତ୍ରୀ ସସ୍ମିତା ରାଉତ , ସୁସ୍ମିତା ସିଂ, ବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ , ଆଇଟି ବିଭାଗର ପ୍ରଭଞ୍ଜନ ମହାପାତ୍ର, ବିକାଶ ଗୌଡ଼, ଅଶୋକ କୁାମାର ସାହୁ, ଅଶୋକ କୁମାର ଗୁଇଁ, କ୍ୟାମ୍ପସ ମ୍ୟାନେଜେର ବିଜୟ ରଥ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ପରିଶେଷରେ ବିଦ୍ୟାଳୟର ବରିଷ୍ଠ ନିରୀକ୍ଷିକ ଶିତିକଣ୍ଠ ପତି ପୁରସ୍କାର ବିତରଣ କରିଥିଲେ। ସମସ୍ତଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।