ଭୁବନେଶ୍ଵର: ଆରକ୍ଷୀ ବିଭାଗ, ଗଞ୍ଜାମ ତରଫରୁ ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ କାର୍ଯ୍ୟକ୍ରମ ଆୟୋଜନରେ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ। ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ କାର୍ଯ୍ୟକ୍ରମ ଅନୁଯାୟୀ ଏହି ସମୂହ ଗାନ ଆୟୋଜିତ ହୋଇଥିଲା।
ଏହି କାର୍ଯକ୍ରମରେ ବନ୍ଦେ ମାତରମ୍ କିପରି ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ପୋଲିସ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସହ ଅତିରକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ ସୀମା ସ୍ବାଇଁ ଓ ଅନ୍ୟ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଏହି କାର୍ଯକ୍ରମରେ ସମୂହ ‘ବନ୍ଦେ ମାତରମ୍’ ଗାନ କରିଥିଲେ।
ଆଗାମୀ ଏକବର୍ଷ ଧରି ସମସ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୁହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ଚାଲିବାକୁ ଯୋଜନା କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ କହିଥିଲେ।


