Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।

ଭାରତ-ଦକ୍ଷିଣ ଆଫ୍ରିକା ସମ୍ପର୍କର ଆଧାର ଐତିହାସିକ ସମ୍ପର୍କକୁ ମନେପକାଇ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ବାଣିଜ୍ୟ ତଥା ନିବେଶ, ଖାଦ୍ୟ ସୁରକ୍ଷା, ଦକ୍ଷତା ବିକାଶ, ଖଣି, ଯୁବ ବିନିମୟ ଏବଂ ଲୋକ-ଲୋକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ସାଧାରଣ ଭିତ୍ତିଭୂମି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ଦୁଇ ନେତା ଦକ୍ଷିଣ ଆଫ୍ରିକାରେ ଭାରତୀୟ କମ୍ପାନୀଗୁଡିକର ବର୍ଦ୍ଧିତ ଉପସ୍ଥିତିକୁ ସ୍ୱାଗତ କରିଥିଲେ ଏବଂ ବିଶେଷକରି ଭିତ୍ତଭୂମି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଖଣି ଏବଂ ଷ୍ଟାର୍ଟ-ଅପ କ୍ଷେତ୍ରରେ ପାରସ୍ପରିକ ନିବେଶକୁ ସହଜ କରିବା ପାଇଁ ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାର ଚିତାବାଘକୁ ଭାରତ ସ୍ଥାନାନ୍ତର ପାଇଁ ରାଷ୍ଟ୍ରପତି ରାମଫୋସାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଭାରତ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।

ଦୁଇ ନେତା ଗ୍ଲୋବାଲ ସାଉଥର ସ୍ୱରକୁ ଉଚ୍ଚ କରିବା ପାଇଁ ମିଳିତ ଭାବରେ କାମ କରିବାକୁ ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଆଇବିଏସ୍‌ଏ ନେତାମାନଙ୍କ ବୈଠକ ଆୟୋଜନ ପାଇଁ ଦକ୍ଷିଣ ଆଫ୍ରିକା ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ରାମଫୋସା ୨୦୨୬ରେ ଭାରତର ଆଗାମୀ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଇଥିଲେ ।

ଜି-୨୦ ଶିଖର ସମ୍ମିଳନୀ ଜୋହାନ୍ସବର୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

କୂଅରେ ପଡି ହାତୀର ମୃତ୍ୟୁ

November 23, 2025

ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ଉଦ୍ଧାର

November 23, 2025

ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: ଦେଉଛନ୍ତି ‘ଅପରେଶନ ସିନ୍ଦୂର’ର ବାର୍ତ୍ତା

November 23, 2025

କେଏଲ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ

November 23, 2025
Latest News

ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 24, 2025

କୂଅରେ ପଡି ହାତୀର ମୃତ୍ୟୁ

November 23, 2025

ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ଉଦ୍ଧାର

November 23, 2025

ବାଲୁଗାଁ କଲେଜରେ ଏନସିସି ଦିବସ

November 23, 2025

ବାଣପୁରରେ ପହଞ୍ଚିଲେ ହରିଆଣାର ପଦଯାତ୍ରାକାରୀ ଦୀପକ: ଦେଉଛନ୍ତି ‘ଅପରେଶନ ସିନ୍ଦୂର’ର ବାର୍ତ୍ତା

November 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.