Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅତିରିକ୍ତ ବଜେଟକୁ ନେଇ ଖପ୍ପା ହେଲେ ନବୀନ ପଟ୍ଟନାୟକ, କହିଲେ ସବୁ ଧୂଳିସାତ ହୋଇଗଲା
ବିଶେଷ ଖବର

ଅତିରିକ୍ତ ବଜେଟକୁ ନେଇ ଖପ୍ପା ହେଲେ ନବୀନ ପଟ୍ଟନାୟକ, କହିଲେ ସବୁ ଧୂଳିସାତ ହୋଇଗଲା

November 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ି ସୁପ୍ରିମୋ
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ମାମଲା: କଡା ନିନ୍ଦା କଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ବର: ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପତି କରିଥିବା ଅତିରିକ୍ତ ବଜେଟକୁ ନେଇ ଖପ୍ପା ହୋଇଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ୍ ଓଡ଼ିଶାବାସୀଙ୍କ ଅନେକ ଆଶାକୁ ଧୂଳିସାତ କରୁଛି। ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରୁ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂତନ ଦୂରଦୃଷ୍ଟି ଏଥିରେ ଦେଖିବାକୁ ମିଳିନାହିଁ। ଏହା ଆମକୁ ରାଜକୋଷୀୟ ନିଅଣ୍ଟ ଆଡ଼କୁ ଆଗକୁ ବଢ଼ାଉଛି। ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି। ଓଡ଼ିଶାର ସୁଧ ବୋଝ ବଢ଼ୁଛି।

ବଜେଟରେ ପୂର୍ତ୍ତ ବିଭାଗର ୯୦୦ କୋଟି ଏବଂ କିଛି ସହରାଞ୍ଚଳ ଭିତ୍ତିଭୂମିକୁ ଛାଡ଼ିଦେଲେ ଆଉ କିଛି ବି ନାହିଁ। ମନେ ହେଉଛି, ହ୍ରାସ ପାଉଥିବା କେନ୍ଦ୍ର ଅନୁଦାନ ଓ ନିଜସ୍ୱ ଅପାରଗତା ଲୁଚାଇବା ପାଇଁ ହୋଇଛି ଅତିରିକ୍ତ ବଜେଟ୍। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନୁହଁ, ଏହା ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅତିରିକ୍ତ ପ୍ରୟାସ।

ଗତକାଲି ଶୁକ୍ରବାରରେ ବିଧାନସଭାର ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି। ଏଥିରେ ସେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି। ଏହି ବଜେଟରେ ମୁଖ୍ୟମନ୍ତ୍ରୀ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି ଟଙ୍କା, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସରକାରଙ୍କ ଅତିରିକ୍ତ ୧୧୬୪ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରିଛନ୍ତି। ମହିଳା ଓ ଶିଶୁ ବିକାଶ ପାଇଁ୧୫୫୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରିଛନ୍ତି।

ଅତିରିକ୍ତ ବଜେଟ ଅତିରିକ୍ତ ବଜେଟ 2025
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Latest News

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.