Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି: 5ଟିର କାମ ସମ୍ପୂର୍ଣ୍ଣ
ଆଜିର ଖବର

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 59ଟି ଷ୍ଟେସନର ପୁନର୍ବିକାଶ ଜାରି: 5ଟିର କାମ ସମ୍ପୂର୍ଣ୍ଣ

December 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ
ବ୍ୟାପକ ସୁରକ୍ଷା ସହିତ ମୌସୁମୀ ପାଇଁ ପ୍ରସ୍ତୁତ ହେଉଛି ପୂର୍ବତଟ ରେଳପଥ

ନୂଆଦିଲ୍ଲୀ: ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାରେ 59ଟି ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ହାତକୁ ନିଆଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶାରେ ଷ୍ଟେସନଗୁଡ଼ିକର ପୁନର୍ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ସଭାରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅମୃତ ଭାରତ ଷ୍ଟେସନ ଯୋଜନାରେ ସାରା ଦେଶରେ ପୁନର୍ବିକାଶ ପାଇଁ 1337ଟି ଷ୍ଟେସନ ଚିହ୍ନଟ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡ଼ା ଜଙ୍କସନ, ସମ୍ବଲପୁର, ଅନୁଗୁଳ, ଭୁବନେଶ୍ୱର ଏବଂ ପୁରୀ ସମେତ 59ଟି ଷ୍ଟେସନ ରହିଛି। ରାଜ୍ୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଏବେ ସୁଦ୍ଧା 5ଟି ଷ୍ଟେସନ – କଟକ (ଦ୍ୱିତୀୟ ପ୍ରବେଶ ପଥ), ବରପାଲି, ପାରଳାଖେମୁଣ୍ଡି, ବିମଳାଗଡ଼, ବାରିପଦାର ଉନ୍ନତିକରଣ କାମ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଜଳେଶ୍ୱର, ବେତନଟୀ, ବାଲେଶ୍ୱର, ଆଦି ଷ୍ଟେସନର ଉନ୍ନତିକରଣ କାମ ଯଥେଷ୍ଟ ଅଗ୍ରଗତି କରିଛି ।

ଓଡ଼ିଶାରେ ଏହି ଯୋଜନା ଅଧୀନରେ ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡ଼ି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍‌, ଜଳେଶ୍ୱର, ଜରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ୍‌, କୋରାପୁଟ, ଲିଙ୍ଗରାଜ ଟେମ୍ପଲ୍‌ ରୋଡ, ମଞ୍ଚେଶ୍ୱର, ମେରାମଣ୍ଡଳି, ମୁନିଗୁଡା, ନୂଆ ଭୁବନେଶ୍ୱର, ରଘୁନାଥପୁର, ରାଇରଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାଖୀଗୋପାଳ, ସମ୍ବଲପୁର, ସମ୍ବଲପୁର ଟାଉନ, ସୋର, ତାଳଚେର, ତାଳଚେର ରୋଡ୍, ଟିଟଲାଗଡ଼ ଜଙ୍କସନ୍‌ ଷ୍ଟେସନର ଉନ୍ନତିକରଣ କରାଯାଉଛି।

ଅମୃତ ଭାରତ ଯୋଜନା ଅଧୀନରେ ରେଳ ଷ୍ଟେସନ ଏବଂ ଚଳାଚଳ କ୍ଷେତ୍ର, ସହରର ଉଭୟ କ୍ଷେତ୍ରକୁ ଷ୍ଟେସନ ସହ ଯୋଡ଼ିବା, ଷ୍ଟେସନ ଅଟ୍ଟାଳିକାର ଉନ୍ନତିକରଣ, ପ୍ରତୀକ୍ଷାଳୟ, ଶୌଚାଳୟ, ବସିବା ସ୍ଥାନ, ୱାଟରବୁଥ, ପ୍ରଶସ୍ତ ଫୁଟ ଓଭରବ୍ରିଜ୍‌, ଲିଫ୍ଟ,/ଏସକେଲେଟର/ରାମ୍ପ ସୁବିଧା ନିର୍ମାଣ କରାଯାଉଛି। ଏହା ସହିତ ପ୍ଲାଟଫର୍ମ ଚଟାଣ ଏବଂ ସାମିଆନା ନିର୍ମାଣ, ଏକ ଷ୍ଟେସନ ଏକ ଉତ୍ପାଦ ଯୋଜନା ପାଇଁ କିଓସ୍କ, ପାର୍କିଂ ସ୍ଥାନ, ବହୁମୁଖି ଯୋଗାଯୋ ସୁବିଧା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନକଙ୍କ ପାଇଁ ସୁବିଧା, ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ, ଏକଜିକ୍ୟୁଟିଭ୍‌ ଲାଉଞ୍ଜ, ବ୍ୟବସାୟିକ ବୈଠକ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଆଦି ବିକଶିତ କରାଯାଉଛି। ଏହି ଯୋଜନାରେ ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଉଛି। ତେବେ ରେଳ ଚଳାଚଳ, ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ସହିତ ମାଲ ପରିବହନ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଏହି କାର୍ଯ୍ୟ ଅତି ବ୍ୟାପକ ଏବଂ ଦ୍ରୁତ ଗତିରେ ଜାରି ରହିଥିବା ରେଳ ମନ୍ତ୍ରୀ କହିଛନ୍ତି। ଏହା ଏକ ଜଟିଳ କାର୍ଯ୍ୟ ହୋଇଥିବା କାରଣରୁ ପର୍ଯ୍ୟାୟକ୍ରମେ ଏହାକୁ କରାଯାଉଛି।

ଅମୃତ ଭାରତ ଷ୍ଟେସନ ଓଡିଶା ପୁନର୍ବିକାଶ କାର୍ଯ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.