ଅହମ୍ମଦାବାଦ: ସଞ୍ଚାର ନିଗମ ଏକ୍ସିକ୍ୟୁଟିଭ୍ସ ଆସୋସିଏସନ୍ (SNEA), ଓଡ଼ିଶା ସର୍କଲର ଜଣେ ଖ୍ୟାତିସମ୍ପନ୍ନ ନେତା ଅମିୟ କୁମାର ଖିଲାରଙ୍କୁ SNEA, ନୂଆଦିଲ୍ଲୀର ଅଖିଲ ଭାରତୀୟ କେନ୍ଦ୍ରୀୟ ମୁଖ୍ୟାଳୟ (CHQ) ଆଡ୍ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ କରାଯାଇଛି।
ଏହି ନିର୍ବାଚନ SNEA ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (CWC) ସଭାରେ ୧୩ ଡିସେମ୍ବର ଠାରୁ ୧୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆହମେଦାବାଦ, ଗୁଜରାଟରେ ଆୟୋଜିତ ହୋଇଥିଲା।
ଶ୍ରୀ ଖିଲାର ତାଙ୍କର ସତତା, ନିଷ୍ଠା, ସଂଗଠନ ପ୍ରତି ସମର୍ପଣ ଓ ସୁଦୃଢ଼ ନେତୃତ୍ୱ ଗୁଣ ପାଇଁ ସମଗ୍ର ଦେଶର ପ୍ରତିନିଧିମାନଙ୍କ ମଧ୍ୟରେ ବିଶେଷ ସ୍ୱୀକୃତି ଲାଭ କରିଛନ୍ତି।


