Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 
ବିଶେଷ ଖବର

ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ ଆସିଲା, ସୁରକ୍ଷା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ 

December 18, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାମୁଦ୍ରିକ କଇଁଛ
ଆସିଲା ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ସମୟ, ସୁରକ୍ଷା ପାଇଁ ମୁଖ୍ୟ ଶାସନ ସଚିବ ନେଲେ ବୈଠକ 

ଭୁବନେଶ୍ୱର: ୨୦୨୫-୨୬  ଗଣ ଅଣ୍ଡାଦାନ ଋତୁକୁ ଦୃଷ୍ଟିରେ ରଖି ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଏକ ବୈଠକ ଗତକାଲି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଗୃହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ପଦାଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ବୈଠକରେ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଗତ ବର୍ଷ ନିଆଯାଇଥିବା ଓ ଆଗାମୀ ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଓଡ଼ିଶା ଉପକୂଳରେ ଅଲିଭ୍ ରିଡଲେସାମୁଦ୍ରିକ କଇଁଛଙ୍କ  ଗତ ବିଭିନ୍ନ ୧୦ ବର୍ଷର ଗଣ ଅଣ୍ଡାଦାନ ଆକଳନ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ବିଶେଷ କରି ଅଧିକ ଗଣ ଅଣ୍ଡାଦାନ ହେଉଥିବା ଗହୀରମଥା ବନ୍ୟପ୍ରାଣୀ ସାମୁଦ୍ରିକ ଅଭୟାରଣ୍ୟ  ଓ ଋଷିକୂଲ୍ୟା ନଦୀ ମୁହାଣ ଅଂଚଳରେ ଅଣ୍ଡାଦାନ ସଂପର୍କରେ ଆଲୋକପାତ କରାଯାଇ ଥିଲା।

ଜଣାଯାଇଛି  ଯେ, କେବଳ ଗହୀରମଥା ଓ ଋଷିକୂଲ୍ୟାରେ  ୨୦୨୨-୨୦୨୩ ବର୍ଷରେ ମୋଟ ୧୧.୪୯ ଲକ୍ଷ କଇଁଛ ଗଣ ଅଣ୍ଡାଦାନ କରିଥିବା ବେଳେ ୨୦୨୩-୨୪ ରେ ମାତ୍ର କେବଳ ଋଷିକୂଲ୍ୟା ଉପକୂଳରେ ୩.୦୧ ଲକ୍ଷ କଇଁଛ ଅଣ୍ଡା ଦାନ କରିଥି​‌ଲେ। କିନ୍ତୁ ଆଶ୍ଚର୍ଯଜନକ ଭାବେ ୨୦୨୪-୨୦୨୫ ରେ  ଗହୀରମଥାଠାରେ ୬.୦୭ ଲକ୍ଷ ଓ ଋଷିକୂଲ୍ୟାଠାରେ ୯.୦୪ ଲକ୍ଷ ଏହି ପରି ମୋଟ ୧୫.୧୧ ଲକ୍ଷ ସମୁଦ୍ରିକ  କଇଁଛ ଗଣ ଅଣ୍ଡାଦାନ କରିଛନ୍ତି ଯାହା ରେକର୍ଡ ସଂଖ୍ୟକ ହୋଇଛି।

ଏହାର କାରଣ ସଂପର୍କରେ ବିଶେଷ ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ବୈଶ୍ୱିକ ପ୍ରକ୍ରିୟା ଏବଂ ଅନୁକୂଳ ପରିବେଶ ଜନିତ କାରଣରୁ ହୋଇଥାଇପାରେ ବୋଲି ବୈଠକରେ ଆଲୋଚନା ପ୍ରକାଶ ପାଇଥିଲା। ବୈଠକରେ ଗତ ବର୍ଷ ଡ଼ିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ବୈଠକରେ ନି​‌ଷ୍ପତ୍ତି କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ପୂର୍ବକ ୨୦୨୪-୨୫ ରେ ପ୍ରସ୍ତୁତି ପରିପ୍ରେକ୍ଷୀରେ କାର୍ଯ୍ୟନୁଷ୍ଠାନ ଓ  ୨୦୨୫-୨୬ ବର୍ଷ ପାଇଁ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥଲା ।

ନଭେମ୍ବର ୧ ତାରିଖରୁ ଆଗାମୀ ମଇ ୩୧ ତାରିଖ ପର୍ଯ୍ୟନ୍ତ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ  ଋତୁଭିତ୍ତିକ ପରିଚାଳନା ଆରମ୍ଭ ହୋଇସାରିଛି । କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି। ତଦାରଖ ପାଇଁ ହାଇସ୍ପିଡ ଡଙ୍ଗା, ଟ୍ରଲର, ସହାୟକ ଡଙ୍ଗା ନିୟୋଜିତ କରାଯାଇଛି। ସମସ୍ତ  ଉପକୂଳ ଫରେଷ୍ଟ ଡିଭିଜନ ଅଂଚଳରେ  ୬୭ ଟି ପାଟ୍ରୋଲିଂ  ଶିବିର ଆନୁଷଙ୍ଗିକ ସୁବିଧା ପୁନଃ କାର୍ଯ୍ୟକ୍ଷମ ହେବ। ଏଥି ପାଇଁ  ପ୍ରତି ଡିଭିଜନ ସ୍ତରରେ ସମୁଦ୍ରରେ ଯୁଗ୍ମ  ପାଟ୍ରୋଲିଂ ପାଇଁ ସମନ୍ୱୟ ବୈଠକ କରାଯାଉଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କ ସହଯୋଗ ନିଆଯାଉଛି। ଆନ୍ତଃ ବିଭାଗୀୟ ସମନ୍ୱୟ ଯୋଗୁଁ ଅଲିଭ ରିଡଲେ  କଇଁଛ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ପ୍ରଶଂସନୀୟ ରହିଥିବା ବୈଠକରେ ଆଲୋଚନା କରାଯାଇଥିଲା।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ନଭେମ୍ବର ୧ରୁ ୩୧ ମେ ପର୍ଯ୍ୟନ୍ତ ଧାମରା ବନ୍ଦର, ଦେବୀ ନଦୀ ଓ ଋଷିକୂଲ୍ୟା  ନଦୀ ମୁହାଣମାନଙ୍କରେ ଆଖପାଖ ୨୦ କି.ମି ପରିସର ମଧ୍ୟରେ ମୋଟର ଚାଳିତ ମାଛଧରା  ଡଙ୍ଗା ବ୍ୟବହାର ସଂପର୍କରେ ଏକ କାଳୀନ ନିଷେଧ ଲାଗୁ କରାଯାଇଛି । ଗହୀରମଥା ଅଭୟାରଣ୍ୟ  ଅଂଚଳରେ ଏହି କଟକଣା ବର୍ଷସାରା ରହିଛି। ଯେପରି ଏହି ବିରଳ କଇଁଛମାନଙ୍କ ପ୍ରତି ବିପଦ ସୃଷ୍ଟି ନହୁଏ, ସେଥିପାଇଁ ଆଇନ୍ ଅନୁପାଳନ ପୂର୍ବକ ଖିଲାପକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବ୍ୟବସ୍ଥା ରହିଛି।

ସମୂହ ଅଣ୍ଡାଦାନ  ଋତୁରେ ମସ୍ୟଜୀବୀମାନେ ଆର୍ଥିକ ଭାବେ ପ୍ରଭାବିତ ହେଉଥିବାରୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଠିକ୍‌ ସମୟରେ ସେମାନଙ୍କୁ  କ୍ଷତିପୂରଣ ରାଶି ପ୍ରଦାନ କରାଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ।   ଓଡ଼ିଶାର ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସମୂହ ଅଣ୍ଡା ଦାନ ଏକ ବିରଳ ଓ ଅନନ୍ୟ ପ୍ରକ୍ରିୟା। ସେମାନଙ୍କର ସୁରକ୍ଷା, ସୁରକ୍ଷିତ ଅଣ୍ଡାଦାନ ଓ ସଂରକ୍ଷଣକୁ ସୁବ୍ୟବସ୍ଥିତ କରିବାରେ ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କର ସେ  ସହଯୋଗ କାମନା କରିବା ସହିତ ଏଥିନେଇ ରହୁଥିବା ସମସ୍ୟାର ସମାଧାନ ଓ ଆବଶ୍ୟକତା ପୂରଣ ନେଇ  ପାରସ୍ପରିକ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି।

ଅଲିଭ ରିଡଲେ କଇଁଛଙ୍କର ଗତିବିଧି, ଅଣ୍ଡାଦାନ ସ୍ଥଳୀ ସଂପର୍କରେ ଜାଣିବା ପାଇଁ ୨୦୨୫ ରୁ ୨୦୨୯ ପର୍ଯ୍ୟନ୍ତ  ଏକ ସାଟେଲାଇଟ୍ ଟେଲିମେଟ୍ରି ଅଧ୍ୟୟନ କାର୍ଯ୍ୟକାରୀ  କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ  ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଏବଂ ମୁଖ୍ୟ  ବନପାଳ – ଶ୍ରୀ ସୁରେଶ ପନ୍ଥଙ୍କ ସମେତ ଜଙ୍ଗଲ, ପରିବେଶ ଓ ଜଳବାୟୁ  ପରିବର୍ତ୍ତନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ  ବିଭାଗ, ଗୃହ ବିଭାଗରର ଅନ୍ୟ ବରିଷ୍ଠ ପଦାଧିକାରୀ, ବନ୍ୟପ୍ରାଣୀ ସଂସ୍ଥାନ ଡେରାଡୁନର ବୈଜ୍ଞାନିକ  ଡଃ.  ଆର.ସୁରେଶ କୁମାର, ଉପକୂଳ ଅନ୍ତର୍ଗତ ସଂପୃକ୍ତ ସମସ୍ତ ବନଖଣ୍ଡ ଅଧିକାରୀ, ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ, ଆଇଟିଆର ବା ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ, ଚାନ୍ଦିପୁର, ଭାରତୀୟ ତଟରକ୍ଷା ବାହିନୀର କମାଣ୍ଡାଣ୍ଟଙ୍କ ସମେତ  ଉପକୂଳ ଅଂଚଳର ଅନ୍ୟ ବିଭିନ୍ନ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ, ବରିଷ୍ଠ ପ୍ରତିନିଧି ପ୍ରମୁଖ ବୈଠକରେ  ଯୋଗ ଦେଇଥିଲେ।

Olive Redaly କଇଁଛ ଅଣ୍ଡାଦାନ ସାମୁଦ୍ରିକ କଇଁଛ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ

December 18, 2025
Latest News

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.