Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ
ରାଜ୍ୟ ଖବର

ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

December 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ ଖବର,
ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

ଭୁବନେଶ୍ବର: ବିଧାୟକଙ୍କ ଦରମା ଏତେ ପରିମାଣ ବୃଦ୍ଧି ନେଇ ଜନଅସନ୍ତୋଷ ଦେଖାଦେବା ପରେ ବର୍ତ୍ତମାନ ସରକାରଙ୍କ ଚେତା ପଶିଛି। ଏହି ଦରମା ବୃଦ୍ଧିର ପୁନଃବିଚାର କରିବା ପାଇଁ ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ବିଧାୟକମାନେ ଦସ୍ତଖତ କରି ଦରମାର ପୁନଃବିଚାର କରିବା ପାଇଁ ଏକ ଲିଖିତ ଅନୁରୋଧ କରିଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଧାୟକ ଦଳର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏହି ବୈଠକ ପରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏକ ଜନ ଅସନ୍ତୋଷ ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିଜେପି ବିଧାୟକମାନେ ଦରମା ବୃଦ୍ଧିର ପୁନଃବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେମାନେ ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟ ସରକାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧିର ପୁନଃବିଚାର କରିପାରନ୍ତି ବୋଲି ସେ କହିଛନ୍ତି।

ଚଳିତ ଶୀତ ଅଧିବେସନରେ ରାଜ୍ୟ ସରକାର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଏକ ବିଧେୟକ ପାରିତ କରିଛନ୍ତି। ଏଥିରେ ବିଧାୟକଙ୍କ ପୂର୍ବ ଦରମା ଅପେକ୍ଷା ତିନିଗୁଣା ବୃଦ୍ଧି କରାଯାଇଛି। ଫଳରେ ଜଣେ ଜଣେ ବିଧାୟକ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଦରମା ପାଇବେ ବୋଲି ଜଣାପଡିଛି। ଏହି ଖବରକୁ ନେଇ ସାରା ରାଜ୍ୟରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଯାହାକୁ ସରକାରୀ ଦଳ ବିଧାୟକମାନେ ଗୁରୁତର ସହ ନେଇ ପୁନଃ ବିଚାର ପାଇଁ ନିବେଦନ କରିଛନ୍ତି।

ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାଂଗଠନିକ ସଂପାଦକ ମାନସ ମହାନ୍ତି ସହିତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

MLA Salary Odisha MLA Salary ବଡ଼ ଖବର ବିଜେପି ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ହଟ୍ଟକେଶ୍ୱର, ଅଟ୍ରି ମକର ମହୋତ୍ସବ-୨୦୨୬ ଉପଲକ୍ଷେ ପ୍ରସ୍ତୁତି ବୈଠକ

December 18, 2025
Latest News

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 18, 2025

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

December 18, 2025

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 18, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.