Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ
ଜାତୀୟ ଖବର

ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

December 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖାଦ୍ୟଶସ୍ୟବାହୀ ଟ୍ରେନ
ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

ଶ୍ରୀନଗର: କାଶ୍ମୀର ଘାଟିରେ ରେଳ-ଭିତ୍ତିକ ପରିବହନ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ବରୂପ, ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ଖାଦ୍ୟଶସ୍ୟବାହୀ ଟ୍ରେନ ଆଜି ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଛି। ଏହା ସହିତ ଏହି ଅଞ୍ଚଳଟି ଜାତୀୟ ମାଲବାହୀ ରେଳ ନେଟଓ୍ବର୍କ ସହ ଯୋଡ଼ି ହୋଇଛି।

ପଞ୍ଜାବର ଅଜିତୱାଲ ଷ୍ଟେସନରୁ ଯାତ୍ରା କରିଥିବା ଏହି ମାଲବାହୀ ଟ୍ରେନଟି ପ୍ରାୟ ୧,୩୮୪ ଟନ୍ ଅତ୍ୟାବଶ୍ୟକ ଶସ୍ୟ ବହନ କରି ସଫଳତାର ସହ ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଥିଲା। ରେଳଯୋଗେ ଖାଦ୍ୟଶସ୍ୟ ସିଧାସଳଖ ଦକ୍ଷିଣ କଶ୍ମୀରରେ ପହଞ୍ଚିବାର ଏହା ହେଉଛି ପ୍ରଥମ ଘଟଣା।

ଘାଟିରେ, ବିଶେଷକରି ଦୂର୍ଗମ ଓ ଦୂରନ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଓ ଦକ୍ଷତାର ସହ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ରେଳ-ଭିତ୍ତିକ ପରିବହନ କେବଳ ବଫର ଷ୍ଟକ୍ ପରିବହନର ଭରସାଯୋଗ୍ୟତା ବୃଦ୍ଧି କରିବ ନାହିଁ ବରଂ ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ କରିବ, ଯାହା ଯୋଗାଣ ଶୃଙ୍ଖଳାକୁ ଦ୍ରୁତ ଏବଂ ଅଧିକ ମିତବ୍ୟୟୀ କରିବ। ଏହା ସ୍ଥାନୀୟ ବଜାରର ଅଭିବୃଦ୍ଧିରେ ସହାୟକ ହେବ, ଆଞ୍ଚଳିକ କୃଷି ଅର୍ଥନୀତିକୁ ସୁଦୃଢ କରିବ ଓ ଲଜିଷ୍ଟିକ୍ସ ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ। ଅନ୍ୟପକ୍ଷରେ ଅନନ୍ତନାଗ ଗୁଡ୍ସ ଟର୍ମିନାଲ କାର୍ଯ୍ଯକ୍ଷମ ହେବା ଦ୍ବାରା ଅନ୍ୟାନ୍ୟ ଦ୍ରବ୍ୟ ଓ ଜରୁରୀ ସାମଗ୍ରୀର ପରିବହନ ମଧ୍ୟ ସୁଗମ ହେବ, ଫଳରେ ଭବିଷ୍ୟତରେ ମାଲବାହୀ ଟ୍ରେନ ପରିବହନ ଆହୁରି ବୃଦ୍ଧି ପାଇବ।

ଏହି ପଦକ୍ଷେପ ଖାଦ୍ୟ ସୁରକ୍ଷା, ପଣ୍ୟଦ୍ରବ୍ୟ ପରିବହନ ଭିତ୍ତିଭୂମିର ଆଧୁନିକୀକରଣ ଦିଗରେ ଏକ ବଡ଼ ପଦକ୍ଷେପ। ଏହା ମଧ୍ୟ ରେଳ ପରି ଏକ ଭରସାଯୋଗ୍ୟ ଓ ଦକ୍ଷ ପରିବହନ ମାଧ୍ୟମ ଦ୍ବାରା କଶ୍ମୀରଘାଟୀକୁ ଦେଶ ସହ ଯୋଡ଼ିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ।

ଅନନ୍ତନାଗ କାଶ୍ମୀର ଘାଟି ଖାଦ୍ୟଶସ୍ୟବାହୀ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀ ସଚେତନତା ରଥର ଶୁଭାରମ୍ଭ କାଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

December 22, 2025

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025
Latest News

ପ୍ରଥମ ଥର ପାଇଁ ଅନନ୍ତନାଗରେ ପହଞ୍ଚିଲା ଏଫସିଆଇର ଖାଦ୍ୟଶସ୍ୟବାହୀ ଟ୍ରେନ

December 22, 2025

ଚାଷୀ ସଚେତନତା ରଥର ଶୁଭାରମ୍ଭ କାଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

December 22, 2025

ପରବ-2025 ରେ ଯୋଗ ଦେଇ କୋରାପୁଟକୁ ୫୪୫ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

December 22, 2025

ସରକାରୀ ନିୟମ ନ ମାନିଲେ, ଧାନ ମିଲରଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ: ଉପମୁଖ୍ୟମନ୍ତ୍ରୀ

December 22, 2025

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.