ଭୁବନେଶ୍ଵର: ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ – ଓମ୍ସାର ଦାବି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଆନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଏହି କମିଟିରେ ଅର୍ଥ, ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ସାମିଲ କରାଯାଇଛି।
ଏହି କମିଟି ଓମ୍ସାର ଦାବି ଉପରେ ଆଲୋଚନା କରି ସରକାରଙ୍କୁ ରିପୋର୍ଟ ଦେବ। ଚିକିତ୍ସକଙ୍କ ସମସ୍ୟା ପ୍ରତି ସରକାର ସମ୍ବେଦନଶୀଳ ରହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ସକ୍ରିୟ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି।


